ସେନସେକ୍ସରେ ଉତ୍ସାହ:କଟିଲା ୧୦ ବର୍ଷର ରେକର୍ଡ – ୨୪୭୬ ପଏଣ୍ଟ ଉଠିଲା ସେନସେକ୍ସ

ମୁମ୍ବଇ : ଉଠିଛି ଷ୍ଟକ ବଜ଼ାର । କିଛି ଦିନର ବ୍ୟବଧାନରେ ଲାଭ କରିଛନ୍ତି ନିଵେଶକ । କାରଣ ମଙ୍ଗଳବାର ବିଶ୍ୱ ସମେତ ଘରୋଇ ପୁଞ୍ଜି ବଜାରରେ ଦେଖିବାକୁ ମିଳିଛି ଏକ ବୃହତ ଉତ୍ସାହ । କାରୋନା ମାଡର କୌଣସି ପ୍ରଭାବ ପୁଞ୍ଜିବଜ଼ାର ଉପରେ ଅନୁଭୂତ ହୋଇନାହିଁ । ଆଜି ସେନସେକ୍ସରେ ରେକର୍ଡ ୨୪୭୬ ପଏଣ୍ଟ ବୃଦ୍ଧି ଘଟିଥିବାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ମଧ୍ୟ ୭୦୨ ପଏଣ୍ଟର ବୃଦ୍ଧି ପରିଲକ୍ଷିତ ହୋଇଛି । ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସରେ ୨୪୭୬ ପଏଣ୍ଟ ବୃଦ୍ଧି ଘଟି ୩୦,୦୬୭.୨୧ ପଏଣ୍ଟରେ କାରବାର ଶେଷ ହୋଇଛି । ସେହିଭଳି ନିଫ୍ଟି ରେ ୭୦୨ ପଏଣ୍ଟ ବୃଦ୍ଧି ଘଟି ୮୭୮୫.୯୦ ପଏଣ୍ଟରେ କାରବାର ଶେଷ ହୋଇଛି । ଆଜିର କାରବାର ରେ ବ୍ୟାଙ୍କ ,ଅଟୋ, ଟେକ୍ନୋଲୋଜି, ଏଫଏମସିଜି ଏବଂ ଫର୍ମା ଆଦି କ୍ଷେତ୍ରର ଷ୍ଟକ ମୂଲ୍ୟରେ ବୃହତ ବୃଦ୍ଧି ଘଟିଛି । ଲକ ଡାଉନ କୋହଳ କରିବା ,ଭାରତ ୧.୩ ବିଲିଅନ ଡଲାରର ପୁଞ୍ଜି ଆକୃଷ୍ଟ କରିବା ସମ୍ପକିତ ଖବର ଘରୋଇ ନିବେଶକଙ୍କୁ ଉତ୍ସାହିତ କରିଥିଲା । ଫଳସ୍ୱରୂପ ବଜ଼ାରରେ ଉତ୍ସାହ ଦେଖିବାକୁ ମିଳିଥିଲା । ଗୋଟିଏ କାରବାର ଦିବସରେ ପୁଞ୍ଜି ବଜ଼ାରରେ ଏଭଳି ପ୍ରଦର୍ଶନ ପାଇଁ ସେନସେକ୍ସ ଏହାର ୧୦ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛି । ଏଥିଯୋଗୁଁ ନିବେଶକଙ୍କ ସମ୍ପତ୍ତିରେ ୭.୭୧ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି । ଏହାଛଡା ଭାରତ ସରକାର ୨୪ ଔଷଧ ଉପରେ ଗତ ମାସରେ ଲଗାଇଥିବା କଟକଣା ଉଠାଇ ଦେଇଛନ୍ତି । ଏହାର ପ୍ରଭାବ ଆଜି ବଜ଼ାରରେ ଦେଖିବାକୁ ମିଳିଛି ।

kalyan agarbati

Comments are closed.