www.samajalive.in
Saturday, December 13, 2025
26.1 C
Bhubaneswar

ଋତୁକାଳୀନ ରୋଗକୁ ପରିବର୍ତ୍ତିତ ହେବ କରୋନା !

ୱାଶିଂଟନ: ପୃଥିବୀ ପୃଷ୍ଠରୁ କରୋନାକୁ ଲୋପ କରିବା ହୁଏତ ସମ୍ଭବ ହୋଇ ନ ପାରେ । ଏମିତି ବି ହୋଇପାରେ କରୋନା ନିଜ ପରିବାରର ପୂର୍ବସୂରୀ ଫ୍ଲୁ ଓ ଇନଫ୍ଲୁଏନଜା ପରି ଅନ୍ୟ ଏକ ଋତୁକାଳୀନ ରୋଗକୁ ପରିବର୍ତିତ ହୋଇପାରେ । ଏପରି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ମାର୍କିନ ଡ଼ାକ୍ତର ତଥା ଆମେରିକାର ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏଣ୍ଡ ଇନଫେକ୍ସିୟସ ଡ଼ିଜିଜ୍’ର ନିର୍ଦେଶକ ଡ଼ା. ଆନ୍ଥୋନୀ ଫାଉସୀ ।

’ଫେସ୍ ଅଫ୍ ଦି ନେସନ’ ସହ ଆଲୋଚନା କାଳରେ ଡ଼ା ଆନ୍ଥୋନୀ ଫାଉସୀ କହିଛନ୍ତି ଯେ ବିଶ୍ବରେ କରୋନା ଭୂତାଣୁକୁ ନେଇ ବର୍ତ୍ତମାନ ଯେଉଁ ସ୍ଥିତି ଦେଖାଦେଇଛି ସେଥିରୁ ଚଳିତ ବର୍ଷ ଏହାକୁ ସମ୍ପୂର୍ଣ୍ଣ ବିଲୋପ କରାଯିବା ସମ୍ଭବ ନୁହେଁ ବୋଲି ଉପଲବ୍ଧି ହୋଇ ସାରିଛି । ହୁଏତ କିଛିକାଳ ନିମନ୍ତେ କରୋନାକୁ ଦୂରେଇ ରଖାଯାଇ ପାରେ, ତେବେ ଆସନ୍ତା ‘ଫ୍ଲୁ- ଋତୁ’ ସମୟ ବେଳକୁ ପୁଣି କରୋନା ଲେଉଟିପାରେ । କରୋନା ଭୂତାଣୁରୁ ମୁକ୍ତି ନିମନ୍ତେ ଓ ଏହାର ଦମନ ନିମନ୍ତେ ଆମେରିକୀୟ ଗବେଷକମାନେ ପୁରା ଦମ୍ ଲଗାଇ କାମ କରୁଛନ୍ତି । ଏହାର ଭ୍ୟାକ୍ସିନ୍ ଉଦ୍ଭାବନ ଓ କ୍ଲିନିକାଲ ପରୀକ୍ଷଣ ନିମନ୍ତେ ଉଦ୍ୟମ ଜାରି ରହିଛି । ତେଣୁ ବର୍ତ୍ତମାନ ସ୍ଥିତିରେ ‘ଷ୍ଟେ ଆଟ୍ ହୋମ୍’ ହିଁ ସବୁଠାରୁ ବଡ଼ ପ୍ରତିଷେଧକ । ଯେଉଁମାନେ ଏହାକୁ ମାନୁ ନାହାନ୍ତି ସେମାନେ ନିଜକୁ ଓ ଦେଶର ନାଗରିକ ସମୁଦାୟଙ୍କ ପାଇଁ ବିପଦ ଡ଼ାକି ଆଣୁଛନ୍ତି ବୋଲି ଫାଉସୀ କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories