www.samajalive.in
Sunday, December 7, 2025
26.1 C
Bhubaneswar

ଅଜା, ଆଈ ଓ ନାତୁଣୀଙ୍କ ଜୀବନ ନେଲା ହାତୀ

ପଡ଼ିଆବାହାଲ : ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକରେ ହାତୀ ଉପଦ୍ରବ ଥମିବାର ନାଁ ନେଉନି। ବୁଧବାର ଭୋରରେ ଯୁଯୁମୁରା ବ୍ଲକ କେଶାପାଲି ଗ୍ରାମ ପଞ୍ଚାୟତର କୋଲପାଲି ଓ ନୂଆବରଙ୍ଗାମାଲରେ ହାତୀ ପୁଣି ୩ ଜଣଙ୍କ ଜୀବନ ନେଇଥିବା ବେଳେ ଜଣେ ନାବାଳିକା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କୋଲପାଲିରେ କେଶାପାଲି ସରପଞ୍ଚ ଉମାକାନ୍ତ ମିର୍ଦ୍ଧାଙ୍କ ଘରେ ମଙ୍ଗଳବାର ରାତି ପ୍ରାୟ ୨ଟା ବେଳକୁ ହାତୀ କାନ୍ଥ ଭାଙ୍ଗି ଦେବା ଫଳରେ ଘରେ ଶୋଇଥିବା ସରପଞ୍ଚ ଉମାକାନ୍ତଙ୍କ ମା’ ଉର୍ମିଲା ମିର୍ଦ୍ଧା (୬୫), ବାପା କନ୍ଧ ମିର୍ଦ୍ଧା (୭୦) ଓ ଭାଣିଜୀ ରଶ୍ମିତା ମାଝି (୧୨)ଙ୍କ ଉପରେ କାନ୍ଥ ଚାପି ହୋଇ ଯାଇଥିଲା। ପରିବାର ଓ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିବା ବେଳକୁ ଆଈ ଓ ନାତୁଣୀଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଅଜା କନ୍ଧଙ୍କୁ ଯୁଯୁମୁରା ସିଏଚ୍‌ସି ଓ ପରେ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଥିଲା। ପୁଲିସ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ କନ୍ଧଙ୍କ ମୃତ୍ୟୁ ଘଟିଥିଲା। ପରେ ଧମା ରେଞ୍ଜରଙ୍କ ସମେତ ଏସିଏଫ୍‌, ଯୁଯୁମୁରା ତହସିଲଦାର ଗାଁକୁ ଯାଇ ସମସ୍ତ ମୃତକଙ୍କ ପରିଜନଙ୍କୁ ୪୦ ହଜାର ଟଙ୍କା ଲେଖାଏଁ ୧ ଲକ୍ଷ ୨୦ ହଜାର ଟଙ୍କା ଦେଇଛନ୍ତି।

- Advertisement -

ସେହିପରି ଅନ୍ୟ ଏକ ଘଟଣାରେ ଆଜି ଭୋରରୁ ନୂଆଁ ବରଙ୍ଗାମାଲରେ କୃପାଳୁ କୁମ୍ଭାରଙ୍କ ଘର ହାତୀ ଭାଙ୍ଗି ଦେବାରୁ କାନ୍ଥପଡ଼ି ୧୦ ବର୍ଷର ଝିଅ ମାନସୀ କୁମ୍ଭାର ଆହତ ହୋଇଛନ୍ତି। ନାବାଳିକାଙ୍କୁ ସଦର ଡାକ୍ତରଖାନାରେ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ଆହତ ନାବାଳିକାର ଚିକିତ୍ସା ସକାଶେ ୫ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି।

ହାତୀ ଘଉଡ଼ାଇ ଦିଆଯାଇନଥିବା ତଥା ଫରେଷ୍ଟର ଯୁଯୁମୁରାରେ ରହୁନଥିବାରୁ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜଣେ ଅଭିଜ୍ଞ ଫରେଷ୍ଟରଙ୍କୁ ନିଯୁକ୍ତି ଦିଆଯିବ ବୋଲି ଡିଏଫ୍‌ଓ ଡ. ସଂଜିତ କୁମାର କହିଛନ୍ତି। ଜଙ୍ଗଲରୁ ୩ ଦିନ ପୂର୍ବରୁ ଏହି ଅଞ୍ଚଳକୁ ହାତୀ ଆସି ଅନ୍ୟ ଏକ ଘର ଭାଙ୍ଗିଥିବା ବେଳେ ଗତ ରାତିରେ ପୁଣି ଆସି ୨ଟି ସ୍ଥାନରେ ଘର ଭାଙ୍ଗିଛି। ମୃତକଙ୍କ ପରିଜନଙ୍କୁ କାଗଜପତ୍ର ମିଳିବା ପରେ ୪ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବା ସହ ଆବାସ ଯୋଜନାରେ ଘର ଦେବା ବ୍ୟବସ୍ଥା କରାଯିବ ବୋଲି ଡ. କୁମାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଦୀର୍ଘ ୬ ମାସ ଧରି ଯୁଯୁମୁରା ଅଞ୍ଚଳରେ ହାତୀ ମଣିଷ ଲଢ଼େଇରେ ବହୁ ଧନଜୀବନ କ୍ଷତି ହେବା ସହ ୨ଟି ହାତୀର ମଧ୍ୟ ମୃତ୍ୟୁ ହୋଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories