www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ପାଇଁ ସିବିଏସଇର ପଦକ୍ଷେପ – ପ୍ରଥମରୁ ଅଷ୍ଟମ ସବୁ ପାସ, ନବମ ଓ ଦ୍ୱାଦଶ ପାଇଁ କ୍ଲାସ ପରୀକ୍ଷା ଅନୁଯାୟୀ ନିଷ୍ପତ୍ତି

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ଯୋଗୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପରୀକ୍ଷା ବାତିଲ ସହ ଲକ ଡାଉନ ଘୋଷଣା ହୋଇଥିବା ପରିପ୍ରେକ୍ଷୀରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ – ସିବିଏସଇ ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କେତେକ ପଦକ୍ଷେପ ଗ୍ରହଣ କରିଛି। ସିବିଏସଇ ଦ୍ୱାରା ଅନୁବନ୍ଧିତ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ କରାଯିବ। ଅନ୍ୟ ପକ୍ଷରେ ସିବିଏସଇ ଅନୁବନ୍ଧିତ କେତେକ ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ପୂର୍ବରୁ ବାର୍ଷିକ ପରୀକ୍ଷା ଶେଷ ହୋଇଥିବାରୁ ସେହି ସବୁ ବିଦ୍ୟାଳୟଗୁଡିକ ମୂଲ୍ୟାୟନ କାର୍ଯ୍ୟ ଶେଷ କରି ଗ୍ରେଡେସନ ପ୍ରକ୍ରିୟା ମଧ୍ୟ କରିସାରିଛନ୍ତି। ତେଣୁ ସେହି ବିଦ୍ୟାଳୟଗୁଡିକ ଯଥାରୀତି ପରୀକ୍ଷା ଫଳ ଅନୁଯାୟୀ ନିଷ୍ପତ୍ତି ନେବେ।

ତେବେ କେତେକ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ ଦେଶ ଭିତରେ ଓ ବିଦେଶରେ ଥିବା ଅନୁବନ୍ଧିତ ବିଦ୍ୟାଳୟଗୁଡିକ ପରୀକ୍ଷା କରାଇ ପାରିନଥିବାରୁ, ସେ କ୍ଷେତ୍ରରେ ବିଦ୍ୟାଳୟରେ ହୋଇଥିବା କ୍ଲାସ ପରୀକ୍ଷା ଓ ପ୍ରୋଜେକ୍ଟ କାର୍ଯ୍ୟ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ହୋଇଛି। ଯଦି କେହି ଛାତ୍ରଛାତ୍ରୀ କ୍ଲାସ ପରୀକ୍ଷା ଦେଇନଥିବେ ସେଥିପାଇଁ ସ୍କୁଲ କର୍ତୃପକ୍ଷ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଅନଲାଇନ କିମ୍ବା ଅଫଲାଇନ ପରୀକ୍ଷା ପାଇଁ ସୁଯୋଗ ଦେବେ ଓ ସେହି ଆଧାରରେ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ କରାଇବା ପାଇଁ ପଦକ୍ଷେପ ନେବେ। ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ପରବର୍ତ୍ତୀ ସମୟରେ ସିବିଏସଇ ନିଷ୍ପତ୍ତି ଗ୍ରହଣ କରିବ ଓ ପୁଣିଥରେ ପରୀକ୍ଷା କରିବାର ୧୦ ଦିନ ପୂର୍ବରୁ ଅବଗତ କରାଇବ ବୋଲି ସିବିଏସଇ ଏକ ପ୍ରେସ ବିଜ୍ଞପ୍ତିରେ କହିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories