ଯାଜପୁର : ଯାଜପୁର ଜିଲାରେ କୋରୋନା ମୁକାବିଲା ପାଇଁ କଳିଙ୍ଗନଗରରେ ଥିବା ଟାଟା ମେଡିକା କର୍ତ୍ତୃପକ୍ଷଙ୍କ ସହ ଚୁକ୍ତିନାମା ସ୍ଵାକ୍ଷର କରିଛି। ଯାଜପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଉତ୍ସବରେ ଟାଟା ମେଡିକାର ସୁପରିଟେଣ୍ଡେଣ୍ଟ ଡା. ସୁଧାଂଶୁ ଶେଖର ସୁତାର ଉପସ୍ଥିତ ରହି ଡାକ୍ତରଖାନାରେ ୧୦୦ଟି ଶର୍ଯ୍ୟା କୋରୋନା ଆକ୍ରାନ୍ତଙ୍କ ପାଇଁ ପ୍ରସ୍ତୁତ ରହିବ ବୋଲି ସୂଚନା ଦେଇଥିଲେ। ଏଭଳି କାର୍ଯ୍ୟକ୍ରମରେ ଟାଟା ସହଯୋଗ କରିଥିବାରୁ ଜିଲାପାଳ ରଞ୍ଜନ କୁମାର ଦାସ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ଅତିରିକ୍ତ ଜିଲାପାଳ ରାଜସ୍ବ ଅକ୍ଷୟ କୁମାର ମଲ୍ଲିକ, ସହକାରୀ ଜିଲାପାଳ କୁଳମଣି ନାୟକ ସମେତ ବିଭିନ୍ନ ସରକାରୀ ଅଧିକାରୀ ଏବଂ ଟାଟା ମେଡିକାର ଅଧିକାରୀମାନେ ଉପସ୍ଥିତ ଥିଲେ।
କରୋନା ଆକ୍ରାନ୍ତଙ୍କ ପାଇଁ ୧୦୦ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ପ୍ରସ୍ତୁତ କରିବ ଟାଟା ମେଡିକା
Popular Categories



