www.samajalive.in
Saturday, December 6, 2025
15.1 C
Bhubaneswar

ଲକଡାଉନ ପାଇଁ ବନ୍ଦ ହେଲା ଆରଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ; ନିରାଶ ହେଲେ ରୋଗୀ

ଆରଡି : ମହାମାରୀ କରୋନାକୁ ନେଇ ସାରା ରାଜ୍ୟ ଆସନ୍ତା ଏପ୍ରିଲ ୧୪ଯାଏଁ ଲକଡାଉନ୍ କରାଯାଇଥିବା ବେଳେ ଗତ ମଙ୍ଗଳବାର ଠାରୁ ଭଦ୍ରକ ଜିଲାର ଆରଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ବନ୍ଦ କରାଯାଇଛି। ହେଲେ ପ୍ରାଥମିକ ଚିକିତ୍ସା ପାଇଁ ଦୂରଦୂରାନ୍ତରରୁ ଆସୁଥିବା ରୋଗୀମାନେ ନିରାା ହୋଇ ଫେରିଛନ୍ତି। ତାହାସହିତ ଜିଲା ସ୍ୱାସ୍ଥ୍ୟ ବିବାଗ କିମ୍ବା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ଅବଗତି ନିମନ୍ତେ କୌଣସି ସୂଚନା କିମ୍ବା ହେଲ୍ପଲାଇନ ନମ୍ବର ନଥିବାରୁ ରୋଗୀମାନେ ନାନ ଦୁର୍ଦଶା ଭୋଗ ଥିବା ଜଣାପଡିଛି। ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୪ଟି ପଞ୍ଚାୟତ ସମେତ ଆଖପାଖ ୩ଟି ପଞ୍ଚାୟତର ପାଖାପାଖି ୧୫ହଜାରରୁ ଅଧିକ ଲୋକ ନିର୍ଭର କରୁଥିଲେ ମଧ୍ୟ ଦୀର୍ଘ ଦେଢ ବର୍ଷ ହେବ ଆରଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବା ବେଳେ ଏବେ କରୋନା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ବନ୍ଦ କରାଯାଇଥିବାରୁ ପ୍ରଥମିକ ଚିକିତ୍ସା ପାଇଁ ଆସୁଥିବା ରୋଗୀ ନାନା ସମସ୍ୟାରେ ସମୁଖିନ ହେଉଛନ୍ତି। ଏପରି ବାବଦରେ ଜିଲା ମୁଖ୍ୟ ଚିକିତ୍ସାଅଧିକାରିଙ୍କୁ ପଚାରିବାରୁ ସେ ଏପରି ସମସ୍ୟା ବାବଦରେ ପ୍ରଥମେ ଜାଣିଲେ କହିଥିଲେ। ଚାନ୍ଦବାଲି କିମ୍ବା ଧାମନଗର ମେଡିକାଲ ପକ୍ଷରୁ  ଜନସାଧାରଣଙ୍କ ଅବଗତି ନିମନ୍ତେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ର ସମୁଖରେ ହେଲ୍ପଲାଇନ ନମ୍ବର ଜାରି କରାଯିବ ବୋଲି ସେ କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories