www.samajalive.in
Saturday, December 6, 2025
15.1 C
Bhubaneswar

କରୋନା ମୁକାବିଲା ପାଇଁ ଦେଶରେ ଔଷଧପତ୍ରର ଅଭାବ ନାହିଁ

ସମାଜ ପୋର୍ଟାଲ ଡେସ୍କ: କରୋନା ଭୂତାଣୁର ମୁକାବିଲା ପାଇଁ ଦେଶରେ ଔଷଧପତ୍ରର ଅଭାବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ରସାୟନ ଓ ସାର ମନ୍ତ୍ରଣାଳୟ କହିଛି, ଚୀନରେ କରୋନା ଭୂତାଣୁ ସଂକ୍ରମଣ ହେବା ପରଠାରୁ ଭାରତର ଔଷଧ ଉତ୍ପାଦନ ବିଭାଗ କ୍ରମାଗତ ଭାବେ ଔଷଧ ଉତ୍ପାଦନର ତଦାରଖ କରୁଛି। ମନ୍ତ୍ରଣାଳୟ କହିଛି, ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ପାଇଁ ଲାଗୁ କରାଯାଇଥିବା କଟକଣା ସମୟରେ ପର୍ଯ୍ୟାପ୍ତ ପରିମାଣର ଔଷଧପତ୍ର ଓ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀର ଉତ୍ପାଦନ ଯେପରି ଜାରି ରହିବ, ସେ ନେଇ ସମସ୍ତ ଉଦ୍ୟମ ବଳବତ୍ତର ରହିଛି।

ମନ୍ତ୍ରଣାଳୟ କହିଛି, ବିଭାଗ ପକ୍ଷରୁ ଔଷଧପତ୍ର ସମେତ ଏହି ସବୁ ସାମଗ୍ରୀ ଉପଲବ୍ଧ ହେବା, ସେଗୁଡ଼ିକର ଯୋଗାଣ ଓ ଅନ୍ୟାନ୍ୟ ବିଷୟ ଉପରେ ତୀକ୍ଷ୍‍ଣ ଦୃଷ୍ଟି ରଖାଯାଇଛି। ଏକ୍ଷେତ୍ରରେ ଅନ୍ୟ ବିଭାଗ ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସହାୟତା ନିଆଯାଉଛି। ଔଷଧ ଉତ୍ପାଦନ ବିଭାଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ, ବହିର୍ଶୁଳ୍କ କର୍ତୃପକ୍ଷ, କେନ୍ଦ୍ର ଓ ରାଜ୍ୟ ଔଷଧପତ୍ର ନିୟନ୍ତ୍ରଣକାରୀ ସଂସ୍ଥା, ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଶାସନ ଏବଂ ବିଭିନ୍ନ ଔଷଧ ଓ ଚିକିତ୍ସା ସାମଗ୍ରୀ କ୍ଷେତ୍ରର ସଂଘଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛି।

- Advertisement -

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ବିଭାଗ ପକ୍ଷରୁ ଏକ କେନ୍ଦ୍ରୀୟ କଣ୍ଟ୍ରୋଲ୍‍ ରୁମ୍‍ ସ୍ଥାପନ କରାଯାଇଛି। ସେହି କଣ୍ଟ୍ରୋଲ୍‍ ରୁମ୍‍ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଛି। ଏଥିସହ ଯୋଗାଯୋଗ କରିବାକୁ ନମ୍ବରଟି ହେଉଛି : ୦୧୧-୨୩୩୮୯୮୪୦. ଜାତୀୟ ଔଷଧପତ୍ର ମୂଲ୍ୟ ନିର୍ଦ୍ଧାରଣ କର୍ତୃପକ୍ଷ ଦ୍ୱାରା ମଧ୍ୟ ଏକ ହେଲ୍ପ ଲାଇନ୍‍ ନମ୍ବର ସ୍ଥାପନ କରାଯାଇଛି। ଏହି ନମ୍ବର ସହ ତିନରାତି ୨୪ ଘଣ୍ଟା ଯୋଗାଯୋଗ କରାଯାଇ ପାରିବ। ନମ୍ବରଟି ହେଉଛି : ୧୮୦୦-୧୧୧୨୫୫. ଏହି କଣ୍ଟ୍ରୋଲ୍‍ ରୁମ୍‍ଗୁଡ଼ିକୁ ଔଷଧପତ୍ର ଓ ଚିକିତ୍ସା ସାମଗ୍ରୀଗୁଡ଼ିକର ପରିବହନ ଓ ଅନ୍ୟାନ୍ୟ ସେବା ପ୍ରଦାନରେ ସମନ୍ୱୟ ରକ୍ଷାପାଇଁ ସ୍ଥାପନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories