ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ବାର୍ତ୍ତାଳାପ

ଭୁବନେଶ୍ବର : କରୋନା ମହାମାରୀ ସମୟ​ରେ ଲକ୍ ଡାଉନ୍ ଯୋଗୁଁ ଗୁଜରାଟର ଅଟକିଥିବା ଓଡିଆ ଶ୍ରମିକଙ୍କୁ ଉପଯୁକ୍ତ ମୌଳିକ ସେବା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସୂଚନା ଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ ଗୁଜରାଟର ସୁରତ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଅଟକି ରହିଥିବା ଓଡ଼ିଆ ଶ୍ରମିକମାନେ ଲକଡାଉନ ପାଇଁ ବିଭିନ୍ନ ସମସ୍ୟାର ସାମ୍ନା କରୁଥିବା ଦୃ​‌ଷ୍ଟିକୁ ଆସିଥିଲା। ଏହି ପରିପ୍ରେକ୍ଷୀରେ ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ରୂପାନୀଙ୍କ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ ହୋଇଛି। ବାର୍ତ୍ତାଳାପ ପରେ ଶ୍ରୀ ରୂପାନୀ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ରହିବା, ଖାଇବା, ସାମାଜିକ ଦୂରତା ସହ ସ୍ବାସ୍ଥ୍ୟ କଥା ଚିନ୍ତା କରିବେ ବୋଲି ଆଶ୍ବାସନା ଦେଇଛନ୍ତି। ସେହିପରି ଗୁଜରାଟରେ ଥିବା ଓଡ଼ିଆ ଶ୍ରମିକଙ୍କ ସଂକ୍ରାନ୍ତରେ ରାଜ୍ୟ ସରକାର ଯୋଗସୂତ୍ର ରଖୁଛନ୍ତି ବୋଲି ସେ କହିଛନ୍ତି।

Comments are closed.