www.samajalive.in
Saturday, December 6, 2025
15.1 C
Bhubaneswar

କରୋନାକୁ ନେଇ ଗୁଜବ, ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି

ବ୍ରଜରାଜନଗର: ବିଶ୍ୱରେ ଆତଙ୍କ ଖେଳାଇଥିବା ମହାମାରୀ କରୋନା ଭୂତାଣୁକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଥିବାବେଳେ କିଛି ଅସାମାଜିକ ସୋସିଆଲ ମିଡିଆରେ ଗୁଜବ ପ୍ରଚାରିତ କରି ପରିସ୍ଥିତିକୁ ଆହୁରି ଜଟିଳ କରୁଛନ୍ତି। ଏହାର ପ୍ରଭାବ ଦେଖିବାକୁ ମିଳିଛି ଶିଳ୍ପ ଖଣି ଖଦାନ ସମୃଦ୍ଧ ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର ଅଞ୍ଚଳରେ। ଦେଶର କୋଣ ଅନୁକୋଣରୁ ଅସାମାଜିକ ଲୋକଙ୍କ ଦ୍ୱାରା ସୃଷ୍ଟି କରାଯାଉଥିବା ମିଥ୍ୟା ଗୁଜବର ସିଧା ପ୍ରଭାବ ଅଞ୍ଚଳର ମହିଳାମାନଙ୍କ ଉପରେ ପଡ଼ୁଛି। ମିଳିଥିବା ସୂଚନା ଅନୁସାରେ, ଲୋକଙ୍କ ପାଖକୁ ମୋବାଇଲରେ ମେସେଜ ଆସୁଛି ଯେ, ମହିଳାମାନେ ଗାଈ ଗୋବରରେ ତୁଳସୀ ଚଉରା ନିକଟରେ ପ୍ରତ୍ୟେକ ରାତିରେ ଦୀପ ପ୍ରଜ୍ବଳନ କରିବା ସହିତ ୫-୧୦ ମିନିଟ ବସିଲେ ତାଙ୍କ ପରିବାରକୁ କରୋନା ବ୍ୟାପିବ ନାହିଁ। ସେହିପରି ଆଉ କେତେକ ଜାଗାରେ ପ୍ରଚାର ହେଉଛି ଯେ, ମହିଳାମାନେ ଗୋଡ଼ରେ ଅଳତା ଲଗାଇ ତୁଳସୀ ମିଶ୍ରିତ ହଳଦୀ ପାଣି ଘର ଚାରି ପଟେ ସିଞ୍ଚିବା ପରେ ତୁଳସୀ ନିକଟରେ ଏକ ଦୀପ ପ୍ରଜ୍ବଳନ କରନ୍ତୁ, ନହେଲେ କରୋନା ସମଗ୍ର ପରିବାରକୁ ବ୍ୟାପିବ। ଲକଡାଉନର ପ୍ରଥମ ଦିନରେ ପ୍ରଚାର ହେଲା ଯେ, ଗୋବରକୁ ଗୋଳା କରି ସେଥିରେ ଘିଅ ସଳିତା ଦେଇ ଘର ସମ୍ମୁଖରେ ପୂଜାର୍ଚ୍ଚନା କରନ୍ତୁ, ନଚେତ ପରିଣାମ ଭୟଙ୍କର ହେବ। ଏଭଳି ଗୁଜବ ପ୍ରଚାର କରୁଥିବା ଏବଂ ଏହାକୁ ଭାଇରାଲ କରୁଥିବା ବ୍ୟକ୍ତିଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ସାମାଜିକସ୍ତରରେ କରୋନାକୁ ନେଇ ଗୁଜବ ପ୍ରଚାର କରି ଆତଙ୍କର ବାତାବରଣ ସୃଷ୍ଟି କରୁଥିବା କିଛି ଅସାମାଜିକ ବନ୍ଧା ହେଇ ସାରିଲେଣି। ତଥାପି ଏହା ଉପରେ ଅଙ୍କୁଶ ଲାଗି ପାରୁନାହିଁ। ଏହି ଭୂତାଣୁର କୌଣସି ପ୍ରତିକାର କିମ୍ବା ଔଷଧ ନ ଥିବାରୁ କେବଳ ସଙ୍ଗରୋଧ ହିଁ ଏହାର ବିକଳ୍ପ। ତେଣୁ ଗୁଜବରେ ବିଶ୍ୱାସ ନ କରି ଅଧିକ ମାତ୍ରାରେ ସଚେତନ ରହିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories