www.samajalive.in
Saturday, December 6, 2025
15.1 C
Bhubaneswar

ଦୂରଦର୍ଶନରେ ‘ରାମାୟଣ’ର ପୁନଃପ୍ରସାରଣ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଆଗ୍ରହ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ଯୋଗୁ ସାରା ଦେଶ ଲକ୍‌ଡାଉନ୍‌ ହୋଇଥିବାବେଳେ ଜନସାଧାରଣଙ୍କ ଦାବିକୁ ସମ୍ମାନ ଜଣାଇ ଅଶୀଦଶକର ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ର ପୁଣିଥରେ (ଦୂରଦର୍ଶନ)ଡିଡି ନ୍ୟାସ୍‌ନାଲ୍‌ରେ ପ୍ରସାରଣ ଆରମ୍ଭ ହୋଇଛି। ଶନିବାର ଏହି ଧାରାବାହିକ କିଛି ଅଧ୍ୟାୟ ସକାଳ ୯ରୁ୧୦ ପର୍ଯ୍ୟନ୍ତ ପ୍ରସାରିତ ହୋଇଛି। ଯାହାକୁ ଦେଖିବା ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି। ‘ରାମାୟଣ’ର ଆଉ କିଛି ଏପିସୋଡ୍‌ ରାତି ୯ରୁ୧୦ ପର୍ଯ୍ୟନ୍ତ ପ୍ରସାରିତ ହେବ। ବିଶେଷକରି ଛୋଟପିଲାମାନେ ଏହାକୁ ବେଶ ଆଗ୍ରହର ସହିତ ଦେଖୁଥିବା ଜଣାପଡିଛି।

Pic. Courtesy : Samajalive.in

ଗୋଟିଏ ଦିନରେ ଦୁଇଥର ଏହି ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ ଦର୍ଶକ ଦେଖିବାକୁ ପାଇବେ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦ୍‌କର ଟ୍ବିଟ୍‌ କରି ସୂଚନା ଦେଇଥିଲେ। ସାମାଜିକ ଗଣମାଧ୍ୟମରେ ପୌରାଣିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଧାରାବାହିକ ଲକ୍‌ଡାଉନ୍‌ ସମୟରେ ପ୍ରସାରିତ କରିବାକୁ ବହୁ ଦର୍ଶକ ଦାବି କରିଥିଲେ। ସେମାନଙ୍କ ଦାବିକୁ ଗ୍ରହଣ କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।
ରାମାନନ୍ଦ ସାଗରଙ୍କ ଦ୍ବାରା ପ୍ରସ୍ତୁତ ପୌରାଣିକ ଧାରାବାହିକ ‘ରାମାୟଣ’ ଡିଡି ନ୍ୟାସ୍‌ନାଲ୍‌ରେ ପ୍ରସାରିତ ହୋଇଥିଲା ଏବଂ ଅଶୀଦଶକରେ ଏହା ଲୋକପ୍ରିୟତା ଶୀର୍ଷରେ ରହିଥିଲା। ସେତେବେଳେ ୧୯୮୭ ଜାନୁଆରୀରୁ ୧୯୮୮ ଜୁଲାଇ ପର୍ଯ୍ୟନ୍ତ ପ୍ରତି ରବିବାର ସକାଳେ ଏହା ସାରା ଦେଶରେ ପ୍ରସାରଣ କରାଯାଉଥିଲା। ଏହି ପୌରାଣିକ ଧାରାବାହିକ ‘ରାମାୟଣ’ରେ ଅରୁଣ ଗୋଭିଲ୍‌ ରାମ ଓ ଦୀପିକା ଚିଖାଲିଆ ସୀତା, ସୁନୀଲ ଲେହରୀ ଲକ୍ଷ୍ମଣ, ଦାରା ସିଂହ ହନୁମାନ ଏବଂ ଅର୍‌ବିନ୍ଦ ତ୍ରିବେଦୀ ରାବଣ ଭୂମିକାରେ ଦର୍ଶକଙ୍କ ମନମୋହିଥିଲେ। ସାରା ଭାରତ ଲକ୍‌ଡାଉନ୍‌ ସମରେ ଏହି ଲୋକପ୍ରିୟ ଧାରାବାହିକ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଦର୍ଶକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରିବା ସହିତ ନିଆରା ଅନୁଭୂତି ଆଣିଦେବାରେ ସହାୟକ ହୋଇପାରିବ ବୋଲି ପ୍ରସାର ଭାରତୀ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories