ଖୋଲାରେ ଶୌଚ ବେଳେ ଭାଲୁ ଆକ୍ରମଣରେ ଯୁବକ ମୃତ
ନୀଳଗିରି :ଖୋଲାରେ ଶୌଚ ହେଉଥିବା ବେଳେ ଦୁଇଟି ଭାଲୁ ଆକ୍ରମଣ କରିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅର୍ନ୍ତଗତ ଭୋଳାପଡିଆ ଗ୍ରାମର ରଘୁନାଥ ସିଂ(୫୨) ଅପରାହ୍ନ ୫ଟା ରେ ଏକ ପୋଖରୀ ନିକଟକୁ ଶୌଚ ହେବାକୁୁ ଯିବା ସମୟରେ ଦୁଇଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ଯୁବକଙ୍କ ବେକ, ପିଠି, ମୁଣ୍ଡରେ ଏଥିଯୋଗୁଁ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ଆହତ ଯୁବକଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଆସିବାପରେ ଭାଲୁ ଦୁଇଟି ଜଙ୍ଗଲ ମଧ୍ୟକୁ ପଳାଇଯାଇଥିଲେ। ସମ୍ପୃକ୍ତ ଯୁବକକୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବା ଯୋଗୁଁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।