ରୋଗିଣା ସ୍ତ୍ରୀକୁ ଦେଖା କରିବାପାଇଁ ପୁଲିସ୍‌ ଭ୍ୟାନ ଚୋରି କରି ଜଣେ ଗିରଫ

0

ହାଇଦ୍ରାବାଦ: ନିଜ ରୋଗିଣା ସ୍ତ୍ରୀକ ଦେଖା କରିବା ପାଇଁ ପୁଲିସର ଭ୍ୟାନ ଚୋରି କରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି । ତିରୁପତି କିଙ୍ଗରାଜୁ ନାମକ ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ଦେହ ଖରାପ ଥିଲା । ସେ ସ୍ତ୍ରୀଙ୍କ ନିକଟରେ ଶୀଘ୍ର ପଞ୍ଚିବା ପାଇଁ ଏକ ଉପାୟ କରିଥିଲେ । ଏକ ମଲ୍‌ ବାହେର ଥିବା ପୁଲିସ ଗାଡି ପାର୍କିଂ ହୋଇଥିବା ସେ ଦେଖିଥିଲେ । ଏଥିରେ ନାରଙ୍ଗି ବତୀ ଲାଗିଥିଲା । ସେଠାରେଥିବା ଡ୍ରାଇଭର ଓ  ଗନ୍‌ ମ୍ୟାନଙ୍କୁ ଆଇଆଇସି ଗାଡିକୁ ଥାନାକୁ ଆଣିବା ପାଇଁ କହିଥିବା କଥା କହିଥିଲେ । ଏହାପରେ ସେ ଡ୍ରାଇଭରଙ୍କୁ କଥାରେ ଫସାଇ ନିଜେ ଡ୍ରାଇଭିଂ କରି ଗାଡି ନେଇ ପଳାଇଥିଲା। ପରେ ଏହି ଗାଡିଟି  ଅତ୍ମାକୁର ଥାନାର ହୋଇଥିଲେ ମଧ୍ୟ ପ୍ରବୀନ କୁମାର ନାମକ ପୁଲିସ ଅଧିକାରୀ ଏହାକୁ ବ୍ୟବହାର କରୁଥିଲେ । ସେ ବ୍ୟକ୍ତିଗତ କାମ ପାଇଁ ଗାଡିକୁ ବ୍ୟବହାର କରୁଥିଲେ । ମଲ୍‌ରେ ଥିବା ଏକ ଜିମ୍‌କୁ ପ୍ରବୀନ ଯାଇଥିଲେ । ସେ ଫେରିବା ପରେ ଗାଡିକୁ ନ ପାଇ ,ଡ୍ରାଇଭରକୁ ଗାଡି ବିଷୟରେ ପଚାରିଥିଲେ । ପରେ ଗାଡି ଆଉ ଜଣେ ନେଇ ପଳାଇଥିବା ଘଟଣା ଜଣା ପଡିଥିଲା। ଗାଡିରେ ଜିପିଏସ୍‌ ସିଷ୍ଟମ ଥିବାରୁ ଟିଏସ୍‌ ୦୯ପିଏ୧୫୬୮ ନମ୍ବର ବିଶିଷ୍ଟ ଗାଡିଟିକୁ ପୁଲିସ ଉଦ୍ଧାର କରିବା ସହ ତିରୁପତିକୁ ଉଦ୍ଧାର କରିଥିଲା ।

Leave A Reply