ସଞ୍ଜୟ ଦତ୍ତଙ୍କ ଜୀବନରେ ଆସିଥିଲା ଏମିତି ମୂହୁର୍ତ୍ତ, ବଞ୍ଚିବା ପାଇଁ ବାପାଙ୍କୁ ନେହୁରା ହୋଇଥିଲେ

0

ମୁମ୍ବଇ : ବଲିଉଡରେ କଳାକାରଙ୍କ ଜୀବନ କାହାଣୀ ଉପରେ ବହୁତ କମ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ବଲିଉଡର ଏହି ପରିମାଣରେ ସାମିଲ ହୋଇଛି ମୁନ୍ନା ଭାଇ ବା ସଞ୍ଜୟ ଦତ୍ତଙ୍କ ଚଳଚ୍ଚିତ୍ର ‘ସଞ୍ଜୁ’। ସଞ୍ଜୟ ଦତ୍ତଙ୍କ ଜୀବନରେ ଅନେକ ଉତ୍‍ଥାନ ପତ୍ତନ ରହିଥିଲା। ସଞ୍ଜୟଙ୍କ ଏହି କାର୍ଯ୍ୟକଳାପ ପାଇଁ ଦତ୍ତ ପରିବାର ବିଭିନ୍ନ ସମାଲୋଚନାର ଶିକାର ହୋଇଥିଲା। ଜୀବନର ଏହି ଭୁଲରୁ ସଞ୍ଜୟ ବହୁତ କିଛି ଶିଖି ନିଜ ଜୀବନକୁ ବଦଳାଇବାକୁ ଚେଷ୍ଟା କରିଛନ୍ତି। ତେବେ ଏହି ଉତ୍ସାହପୁର୍ଣ୍ଣ କାହାଣୀକୁ ନେଇ ଚଳଚ୍ଚିତ୍ର ସଞ୍ଜୁ ନିର୍ମାଣ କରାଯାଇଛି।
ଅଭିନେତା ସଞ୍ଜୟ ଦତ୍ତଙ୍କ ଖରାପ ସମୟ ମଧ୍ୟରୁ ଏମିତି ସମୟ ଥିଲା ଯେଉଁ ସମୟରେ ସଞ୍ଜୟ ନିଶାର ଦୁନିଆରେ ଘୂରି ବୁଲୁଥିଲେ। ସଞ୍ଜୟ ନିଜର ସ୍କୁଲ ଶେଷ କରିବାପରେ ଯେତେବେଳେ ମହାବିଦ୍ୟାଳୟ ଯିବା ଆରମ୍ଭ କଲେ ସେବେଠାରୁ ସଞ୍ଜୟ ଡ୍ରଗସ୍‍ ନେବା ଆରମ୍ଭ କରିସାରିଥିଲେ। ସିମି ଗେରୱାଲଙ୍କ ସୋ’ ‘ରିଣ୍ଡିଜିୱସ ୱିଥ ସିମିି ଗେରୱାଲ’ ସଞ୍ଜୟ କହିଥିଲେ, “ମୁଁ ଯେବେ ମହାବିଦ୍ୟାଳୟ ଯିବା ଆରମ୍ଭ କରିଥିଲି, ମତେ ସାଙ୍ଗମାନେ ଡ୍ରଗସ୍‍ ନେବାପାଇଁ କହିଥିଲେ। ଏହାପରେ ହିଁ ମୁଁ ଡ୍ରଗସ୍‍କୁ ଦୈନନ୍ଦିନ ସେବନ କରିବାକୁ ଲାଗିଲ।” ଏମିତି କି ସଞ୍ଜୟ ଘରେ ମଧ୍ୟ ଡ୍ରଗସ୍‍ ନେବା ଆରମ୍ଭ କରିଥିଲେ। କିଛିଦିନ ପରେ ଘର ଲୋକ ଏହା ବିଷୟରେ ଜାଣିବାକୁ ପାଇଲେ।
ଏହା ବ୍ୟତୀତ ସଞ୍ଜୟ ଆହୁରି କହିଥିଲେ, ମୋ ବାପା ଏହି ବିଷୟରେ ଜାଣିଥିଲେ ମଧ୍ୟ କିଛି କହୁ ନ ଥିଲେ। ବହିରେ ଲେଖା ଥିବା ସମସ୍ତ ନିଶାଦ୍ରବ୍ୟ ବିଷୟରେ ମୁଁ ପରିଚିତ ବୋଲି ସଞ୍ଜୟ କହିଛନ୍ତି।
ଏହି ସାକ୍ଷାତକାରରେ ସଞ୍ଜୟ ଦତ୍ତ କହିଥିଲେ, ଦିନେ ମୁଁ ସକାଳୁ ଉଠିବା ପରେ ଆମ ଚାକରକୁ କହିଲି ଖାଇବା ଦେବାପାଇଁ, ସେ କାନ୍ଦିଥିଲା। ମୁଁ ତାକୁ ପଚାରିଲି କଣ ପାଇଁ କାନ୍ଦୁଛ ସେ କହିଲା ଘର ଲୋକ କହୁଛନ୍ତି ତମେ ଦୁଇ ଦିନ ହେବ ଶୋଇଛ। ଆଉ ବେଶୀ ଦିନ ବଞ୍ଚିବ ନାହିଁ ବୋଲି ଚାକର କହିବାପରେ ସଞ୍ଜୟ ଦତ୍ତ ନିଶାରୁ ବାହାରକୁ ବାହାରିବା ପାଇଁ ଚେଷ୍ଟା କରିଥିଲେ। ସଞ୍ଜୟ ନିଜର ବାପାଙ୍କୁ ଯାଇ କହିଲେ, ବାପା ମୁଁ ବଞ୍ଚିବାକୁ ଚାହୁଁଛି। ସଞ୍ଜୟ ଦତ୍ତଙ୍କ ବାପା ସୁନୀଲ ଦତ୍ତ ଏହା ଶୁଣିବାପରେ ସଞ୍ଜୟଙ୍କୁ ମୁମ୍ବଇ ଡାକ୍ତରଖାନା ଭର୍ତ୍ତୀ କରାଗଲା। ଏହାର ୨୧ଦିନ ପରେ ସଞ୍ଜୟଙ୍କୁ ଆମେରିକା ନିଆଯାଇଥିଲା।
ଅଭିନେତା ସଞ୍ଜୟଙ୍କ ଜୀବନ କାହାଣୀର ଏହି ନିଶା ସମୟକୁ ମଧ୍ୟ ଚଳଚ୍ଚିତ୍ର ‘ଓ ସଞ୍ଜୁ’ରେ ସ୍ଥାନ ଦିଆଯାଇଛି। ଜୁନ ୨୯ତାରିଖରେ ଚଳଚ୍ଚିତ୍ର ‘ସଞ୍ଜୁ’ ମୁକ୍ତିଲାଭ କରିବାକୁ ଯାଉଛି। ଅଭିନେତା ରଣବୀର କାପୁର ସଞ୍ଜୟଙ୍କ ଭୂମିକାର ଅଭିନୟ କରୁଛନ୍ତି।

kalyan agarbati
Leave A Reply