www.samajalive.in
Sunday, December 7, 2025
14.1 C
Bhubaneswar

କରୋନା କଟକଣା କଠୋର : ନିର୍ଦେଶ ନ ମାନିଲେ ଜେଲ୍‌

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ରାଜ୍ୟରେ ତାଲା ବନ୍ଦ (ଲକ୍‌ଡାଉନ) ଘୋଷଣା କରାଯାଇଛି। ଦେଶର ୩୦ଟି ରାଜ୍ୟ ଓ ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳର ୫୪୮ ଜିଲାରେ ଲକଡାଉନ ଘୋଷଣା କରାଯାଇଛି। ଏହା ସହିତ ମହାରାଷ୍ଟ୍ର, ପଞ୍ଜାବ, ଚଣ୍ଡୀଗଡ଼ ଓ ଦିଲ୍ଲୀରେ କର୍ଫ୍ୟୁ ଘୋଷଣା କରାଯାଇଛି। ତେବେ ଏହି ଲକଡାଉନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସଂକ୍ରମଣ ରୋକିବାକୁ ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରିବା ଲାଗି ବିଭିନ୍ନ ରାଜ୍ୟ ସରକାରଙ୍କୁ କେନ୍ଦ୍ରସରକାର ଆଜି ନିର୍ଦେଶ ଦେଇଛନ୍ତି।
ଲକ୍‌ଡାଉନକୁ କଡ଼ାକଡ଼ି ପାଳନ କରିବା ଏବଂ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଛନ୍ତି। ଲକଡାଉନ ଘୋଷଣା ସତ୍ତ୍ବେ ଲୋକମାନେ ସ୍ବାଭାବିକ ଭାବେ ଯାତାୟତ କରୁଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲକଡାଉନକୁ ସାଧାରଣ ଭାବେ ନ ନେଇ ଏହାକୁ କଡାକଡି ଭାବେ ପାଳନ କରାଯାଉ। ଲକଡାଉନ ନିୟମକୁ ଉଲ୍ଲଙ୍ଘନ କ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ସମସ୍ତ ରାଜ୍ୟକୁ ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଲକଡାଉନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମହାମାରୀ ଆଇନ ୧୮୯୭ (ଏପିଡେମିକ ଡିଜିଜେସ୍ ଆକ୍ଟ ୧୮୯୭) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଏଥିପାଇଁ ଇଣ୍ଡିଆନ ପେନାଲ କୋଡ (ଆଇପିସି)ରେ ଅନେକ ବ୍ୟବସ୍ଥା ରହିଛି। ବ୍ୟବସ୍ଥା ଅନୁଯାୟୀ ଲକଡାଉନ ଉଲ୍ଲଙ୍ଘନ କ୍ଷେତ୍ରରେ ଜଣଙ୍କୁ ଆଇପିସିର ଧାରା ୧୮୮ ଅନୁଯାୟୀ ଦଣ୍ଡିତ କରାଯାଇପାରିବ। ଏଥିପାଇଁ ୬ମାସ ଜେଲ୍‌ କିମ୍ବା ଜୋରିମାନ ଦଣ୍ଡ ଭୋଗିବାକୁ ପଡିବ। କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇପାରିବ ବୋଲି ସରକାରଙ୍କ ବରିଷ୍ଠ ଅଧିକାରୀ କହିଛନ୍ତି।
ଭାରତରେ କରୋନା ଭୂତାଣୁ ସଂକ୍ରମଣରେ ସୋମବାର ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ସଂକ୍ରମିତ ବ୍ୟକ୍ତି ପଶ୍ଚିମବଙ୍ଗ ଓ ହିମାଚଳ ପ୍ରଦେଶର ବାସିନ୍ଦା। ସମସ୍ତଙ୍କର ସ୍ବାବ ନମୁନା କରୋନା ପଜିଟିଭ ଥିଲା। ମୃତ ସଂକ୍ରମିତ ବ୍ୟକ୍ତି ପଶ୍ଚିମବଙ୍ଗ ଓ ହିମାଚଳ ପ୍ରଦେଶର ବାସିନ୍ଦା। ପଶ୍ଚିମବଙ୍ଗ ଦମଦମ୍‌ ଅଞ୍ଚଳର ବାସିନ୍ଦାଙ୍କ ବୟସ ୫୫। ସେ ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସୋମବାର ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ସ୍ବାବ ନମୁନା କରୋନା ପଜିଟିଭ ଥିଲା। ସେହିପରି ହିମାଚଳ ପ୍ରଦେଶରେ ପ୍ରାଣ ହରାଇଥିବା ସଂକ୍ରମିତଙ୍କ ବୟସ ୬୯। ସେ ଜଣେ ତିବ୍‌ବତ ଶରଣାର୍ଥୀ। ମାର୍ଚ୍ଚ ୧୫ରେ ସେ ଆମେରିକାରୁ ଫେରିଥିଲେ। ଏହି ଦୁଇ ମୃତ୍ୟୁକୁ ମିଶାଇ ଭାରତରେ କରୋନା ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି। ଅନ୍ୟପଟେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯୬ରେ ପହଞ୍ଚିଥିବା ଜଣାପଡ଼ିଛି। ବିଶ୍ବରେ କରୋନା ବିଭୀଷିକା ବିପର୍ଯ୍ୟୟ ସୃଷ୍ଟି କରିଛି। ବିଶ୍ବରେ ମୃତ୍ୟୁସଂଖ୍ୟା ୧୬ହଜାର ଟପିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୬୮ହଜାର ଅତିକ୍ରମ କରିଛି। ବିଶ୍ବର ୧୯୨ଟି ଦେଶକୁ ବ୍ୟାପିଲାଣି କରୋନା ଭୂତାଣୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories