ମୁଁ ନିର୍ଦୋଷ: ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ଆରଏସ୍ଏସ୍ ପକ୍ଷରୁ ଦାୟର ମାନହାନି ମୋକଦ୍ଦମାର ଶୁଣାଣି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ୨୦୧୪ରେ ଭିୱାଣ୍ଡିରେ ଏକ ସାଧାରଣ ସଭାରେ ଆରଏସ୍ଏସ୍ କର୍ମୀମାନେ ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିଛନ୍ତି ବୋଲି ରାହୁଲ୍ କହିଥିଲେ। ଏହାପରେ ଆରଏସଏସ୍ର ଜଣେ କର୍ମୀ ରାହୁଲ୍ଙ୍କ ନାମରେ ୨୦୧୪ରେ ଭିୱାଣ୍ଡି କୋର୍ଟରେ ମାନହାନି ମୋକଦ୍ଦମା ଦାୟର କରିଥିଲେ। ଆଜି ଏହି ମାମଲାର ଶୁଣାଣି ଥିବା ବେଳେ ରାହୁଲ୍ଙ୍କୁ ପ୍ରତ୍ୟକ୍ଷ ଭାବେ ହାଜର ହେବା ପାଇଁ କୋର୍ଟ ନିର୍ଦେଶ ଦେଇଥିôଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୧୦ ତାରିଖକୁ ଧାର୍ଯ୍ୟ କରାଯାଇଛି। ମାମଲାକୁ ଖାରଜ କରିବା ପାଇଁ ରାହୁଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ୨୦୧୬, ଜୁଲାଇରେ ସୁପ୍ରିମକୋର୍ଟ କହିଥିଲେ ଯେ ଯଦି ରାହୁଲ ନିଜକୁ ନିର୍ଦୋଷ ବୋଲି ଭାବୁଛନ୍ତି ତେବେ ବ୍ୟକ୍ତିଗତ ଭାବେ ଟ୍ରାଏଲ୍ କୋର୍ଟରେ ହାଜର ହେବାରେ କିଛି ଅସୁବିଧା ନାହିଁ।