www.samajalive.in
Tuesday, December 9, 2025
26.1 C
Bhubaneswar

୨୨ରୁ ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: କରୋନା ଭୂତାଣୁର ବ୍ୟାପକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୨ ତାରିଖରୁ ଦେଶରେ କୌଣସି ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଅବତରଣ କରିବ ନାହିଁ। ଅର୍ଥାତ ସମସ୍ତ ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ସେବା ବନ୍ଦ ରହିବ। ଏକ ସପ୍ତାହ ପାଇଁ ଏହି କଟକଣା ଲାଗୁ ହେବ। ଏହା ପରେ ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ଏହା ସହିତ କେନ୍ଦ୍ର ସରକାର ଏକ ବିବୃତି ଜାରି କରି ରାଜ୍ୟ ସରକାରମାନଙ୍କୁ କିଛି ପରାମର୍ଶ ଦେଇଛନ୍ତି। ୬୫ ବଷରୁ ଊର୍ଦ୍ଧ୍ଵ ବୟସର ବରିଷ୍ଠ ନାଗରିକ ଏବଂ ୧୦ ବର୍ଷରୁ କମ୍‌ ବୟସର ଶିଶୁମାନେ ଘରେ ରହିବା ପାଇଁ ରାଜ୍ୟ ସରକାରମାନେ ପରାମର୍ଶ ଦେବାକୁ ବିବୃତିରେ କୁହାଯାଇଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ମେଟ୍ରୋ ଟ୍ରେନ, ଟ୍ରେନ୍‌, ବସ୍‌ ଏବଂ ବିମାନଗୁଡ଼ିକ ଚଳାଚଳ ହ୍ରାସ କରିବା ଉଚିତ। ସାମାଜିକ ଦୂରତ୍ଵ ରକ୍ଷା କରିବା ଲାଗି ଗୋଟିଏ ଦିନ ବ୍ୟବଧାନରେ ସେବା ଯୋଗାଇବା ଜରୁରୀ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories