www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ମୁକାବିଲା – ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କୁ ଛୁଟି

ଭୁବନେଶ୍ୱର: ‘କରୋନା’ ଭୂତାଣୁର ମୁକାବିଲା ପାଇଁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି, ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ପ୍ରଶିକ୍ଷଣ ଶିକ୍ଷାନୁଷ୍ଠାନ ନିର୍ଦେଶକଙ୍କୁ ସ୍ବତନ୍ତ୍ର ନିୟମାବଳୀ ପ୍ରଦାନ କରାଯାଇଛି। ବିଭାଗୀୟ ଯୁଗ୍ମ ସଚିବ ଡ. ଏ.କେ ନାୟକ ମଙ୍ଗଳବାର ଏନେଇ ଚିଠି ଲେଖି ଅବଗତ କରିଛନ୍ତି। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଅଧିନୀରେ ଥିବା ରାଉରକେଲା ସ୍ଥିତି ବିପିୟୁଟି କୁଳପତି, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ କୁଳପତି, ବୈଷୟିକ ଶିକ୍ଷା​‌ ପ୍ରଶିକ୍ଷଣ କଟକ ନିର୍ଦେଶକ, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ନିର୍ଦେଶକ, ଆଇଜିଆଇଟି ସାରଙ୍ଗର ନିର୍ଦେଶକ, ସମସ୍ତ ଇଞ୍ଜିନିୟରିଂ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ସବୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି।

କରୋନା​‌ ପ୍ରତିଷେଧକ ପାଇଁ ବିଭାଗ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଅଧ୍ୟାପକ, ପ୍ରଶିକ୍ଷକ ଓ କର୍ମଚାରୀ ଶିକ୍ଷାନୁଷ୍ଠାନକୁ ଆସିବେ ନାହିଁ। କେବଳ ପରୀକ୍ଷା ଓ ମୂଲ୍ୟାୟନ କାର୍ୟ୍ୟରେ ସଂପୃକ୍ତ ଅଧ୍ୟାପକ ଓ କର୍ମଚାରୀ ଶିକ୍ଷାନୁଷ୍ଠାନକୁ ଆସିବେ। ତେବେ କର୍ମଚାରୀମାନେ ସର୍ବଦା ସଜାଗ ରହିବେ ଓ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟ ପାଇଁ ସରକାରୀ ନିର୍ଦେଶ ପାଇବା ମାତ୍ରେ ତାକୁ ଅନୁପାଳନ କରିବେ। ସେମାନେ ନିଯୁକ୍ତ ପାଇଥିବା ଅଞ୍ଚଳରେ ସର୍ବଦା ରହିବେ। ନିଜର ମୋବାଇଲ ଫୋନ୍‌କୁ ଖୋଲା ରଖିବା ସହ ସର୍ବଦା ସମସ୍ତ ଅଧ୍ୟାପକ,କର୍ମଚାରୀ ଓ ପ୍ରଶିକ୍ଷକ ସଜାଗ ରହିବେ। ହଷ୍ଟେଲରେ ରହିବାକୁ ଚାହୁଁଥିବା ଅନ୍ତେବାସୀ ରହିପାରିବେ। ତେବେ ଯଦି କେହି ବିଦ୍ୟାର୍ଥୀ ଯିବାକୁ ଚାହୁଁଥିବା ତେବେ ନିଜ ଇଚ୍ଛାରେ ଯାଇପାରିବେ। ସରକାରୀ ସଚେତନତା ସମ୍ବଳିତ ବିଜ୍ଞାପନ ଓ ପୋଷ୍ଟରକୁ ହଷ୍ଟେଲ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଲଗାଇବେ କର୍ତ୍ତୃପକ୍ଷ। ହଷ୍ଟେଲରେ କରୋନା ପ୍ରତିଷେଧକ ବ୍ୟବସ୍ଥା ଆପଣାଇବାକୁ କୁହାଯାଇଛି।

- Advertisement -

ଶେଷ ବର୍ଷର ଛାତ୍ରଛାତ୍ରୀଙ୍କର ଚୂଡାନ୍ତ ସେମିଷ୍ଟର ଓ ବ୍ୟାକ୍‌ ପେପର ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁସାରେ ପରିଚାଳିତ ହେବ। ତେବେ ଏଥିପାଇଁ ଶିକ୍ଷାନୁଷ୍ଠାନ ପକ୍ଷରୁ ପରୀକ୍ଷା କେନ୍ଦ୍ରରେ ସ୍ବଚ୍ଛତା ରଖାଯିବା ସହ ହାତଧୁଆ ସାନିଟାଇଜର ଓ ପାଣି ମହଜୁଦ ରଖାଯିବ। ପରୀକ୍ଷା ଦାୟିତ୍ବରେ ଥିବା ଅଧ୍ୟାପକ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାବେଳେ ମଧ୍ୟ ପ୍ରତିଷେଧକ ବ୍ୟବସ୍ଥା ଆପଣାଇବେ। ତେବେ ଅନ୍ୟ ସମସ୍ତ ସେମିଷ୍ଟର ପରୀକ୍ଷାକୁ ବାତିଲ କରାଯାଇଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories