www.samajalive.in
Saturday, December 13, 2025
23.1 C
Bhubaneswar

ଟିକେଟ୍‍ ବାତିଲ୍‍ ଯୋଗୁଁ ପୂର୍ବ ତଟ ରେଳପଥରେ ଯାତ୍ରୀ ସଂଖ୍ୟା କମିଛି

କରୋନା ସଂକ୍ରମଣକୁ ଦୁଷ୍ଟିରେ ରଖି ଅନେକ ସଂଖ୍ୟାରେ ଯାତ୍ରୀମାନେ ଟିକେଟ ବାତିଲ କରୁଥିବାରୁ ଯାତ୍ରୀ ସଂଖ୍ୟା ହ୍ରାସ ପାଇଛି। ପୂର୍ବ ତଟ ରେଳପଥରେ ଗତ ଛଅ ଦିନ ମଧ୍ୟରେ ଏକ ଲକ୍ଷରୁ ଊର୍ଦ୍ଧ୍ବ ଟିକେଟ୍‍ ବାତିଲ୍‍ ହୋଇଥିବା ସୂଚନା ମିଳିଛି। ଗତ ବର୍ଷ ବାତିଲ୍‍ ହୋଇଥିବା ଟିକେଟ ସଂଖ୍ୟାଠାରୁ ଏହି ପରିମାଣ ୬୭% ଅଧିକ। ସେହିପରି ସାରା ଭାରତୀୟ ରେଳପଥରେ ଟିକେଟ୍‍ ବାତିଲ ସଂଖ୍ୟା ପୂର୍ବ ବର୍ଷ ଅପେକ୍ଷା ଶତକଡ଼ା ୮୦ ଭାଗରୁ ଅଧିକ ବୋଲି ଜଣାପଡିଛି। ଯାତ୍ରୀ ସଂଖ୍ୟା କମିବା ଦୃଷ୍ଟିରୁ, ପୂର୍ବ ତଟ ରେଳପଥରେ ଚଳାଚଳ କରୁଥିବା ୧୦ଟି ଟ୍ରେନ୍‍ ସେବାକୁ ବିଭିନ୍ନ ସ୍ଥାନରୁ ବାତିଲ କରାଯାଇଛି।

ଆବଶ୍ୟକ ହେଲେ ଆହୁରି ଅଧିକ ଟ୍ରେନ୍‍କୁ ବାତିଲ୍‍ କରାଯାଇପାରେ ବୋଲି ରେଳବାଇ କହିଛି। କରୋନା ସଂକ୍ରମଣର ଭୟାବହତା ଦୃଷ୍ଟିରୁ ଯାତ୍ରୀ ଟିକେଟ୍‍ ବୁକିଂ ଉପରେ ନିୟମିତ ଭାବେ ବିଶ୍ଳେଷଣ କରାଯାଉଛି। ଅନ୍ୟପକ୍ଷରେ ପୂର୍ବ ତଟ ରେଳପଥର ଭୁବନେଶ୍ୱର, ପୁରୀ, ସମ୍ବଲପୁର ଓ ବିଶାଖାପାଟଣା ଡିପୋରୁ ଛାଡ଼ିବାକୁ ଥିବା ଟ୍ରେନ୍‍ ଗୁଡ଼ିକରୁ ଚାଦର ଓ ପରଦାକୁ ବାହାର କରି ଦିଆଯାଇଛି। ଯାତ୍ରୀମାନେ ଚାହିଁଲେ ସେମାନଙ୍କର ନିଜର ଶାୱଲ, ବେଡସିଟ୍‍ ଇତ୍ୟାଦି ସାଙ୍ଗରେ ନେଇ ପାରିବେ। ସେମାନେ ରେଲୱେ ଦ୍ୱାରା ପ୍ରଦତ୍ତ ଚାଦର କି ବେଡ୍‍ସିଟ୍‍ ବ୍ୟବହାର କରିପାରିବେ କିମ୍ବା ତାଙ୍କର ନିଜର ବ୍ୟବହାର କରିପାରିବେ।

- Advertisement -

ସଂକ୍ରମଣର ବ୍ୟାପକତା ଜନିତ ଯାତ୍ରୀ ହ୍ରାସ କାରଣରୁ ପୂର୍ବ ତଟ ରେଳପଥ କେତେକ ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ ସେବାକୁ ଅସ୍ଥାୟୀ ରୂପେ ବାତିଲ୍‍ କରିବାକୁ ନିଷ୍ପତ୍ତି ନେଇଛି। ଟ୍ରେନ୍‍ ନମ୍ବର ୦୮୫୦୧/୦୮୫୦୨ ବିଶାଖାପାଟଣା-ସିକନ୍ଦରାବାଦ୍‍-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍‍କୁ ଭିଶାଖାପାଟଣାଠାରୁ ୨୪ ଓ ୩୧ ମାର୍ଚ୍ଚ, ସିକନ୍ଦରାବାଦ୍‍ଠାରୁ ୧୮ ଓ ୨୫ ମାର୍ଚ୍ଚ ଏବଂ ୧ ଏପ୍ରିଲ ଦିନ ବାତିଲ୍‍ କରାଯିବ। ସେହିପରି ଟ୍ରେନ୍‍ ନମ୍ବର ୦୮୫୭୩/୦୮୫୭୪ ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍‍କୁ ବିଶାଖାପାଟଣାଠାରୁ ୨୩ ଓ ୩୦ ମାର୍ଚ୍ଚ ଏବଂ ତିରୁପତିଠାରୁ ୨୪ ଓ ୩୧ ମାର୍ଚ୍ଚ ଦିନ ବାତିଲ୍‍ କରାଯିବ। ଟ୍ରେନ୍‍ ନମ୍ବର ୦୮୩୦୧/୦୮୩୦୨ ସମ୍ବଲପୁର-ବନସ୍‍ୱାଡି-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍‍ ସମ୍ବଲପୁରଠାରୁ ୧୮ ଓ ୨୫ ମାର୍ଚ୍ଚ ଏବଂ ବନସ୍‍ୱାଡିଠାରୁ ୧୯ ଓ ୨୬ ମାର୍ଚ୍ଚଦିନ ବାତିଲ୍‍ ହେବ। ଟ୍ରେନ୍‍ ନମ୍ବର ୦୮୪୦୭/୦୮୪୦୮ ଭୁବନେଶ୍ୱର-ସିକନ୍ଦରାବାଦ୍‍-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‍ ଭୁବନେଶ୍ୱରଠାରୁ ୧୯ ଓ ୨୬ ମାର୍ଚ୍ଚ ଏବଂ ସିକନ୍ଦରାବାଦ୍‍ଠାରୁ ୨୦ ଓ ୨୭ ମାର୍ଚ୍ଚ ଦିନ ବାତିଲ୍‍ ହେବ। ସେହିପରି ଟ୍ରେନ୍‍ ନମ୍ବର ୦୮୪୦୩/୦୮୪୦୪ ପୁରୀ-ସନ୍ତ୍ରାଗାଛି-ପୁରୀ ସ୍ୱତନ୍ତ୍ର ଟ୍ରେନ୍‍ ପୁରୀଠାରୁ ୨୦ ଓ ୨୭ ମାର୍ଚ୍ଚ, ଏବଂ ସନ୍ତ୍ରାଗାଛିଠାରୁ ୨୧ ଓ ୨୮ ମାର୍ଚ୍ଚ ଦିନ ବାତିଲ୍‍ ହେବ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories