www.samajalive.in
Saturday, December 13, 2025
23.1 C
Bhubaneswar

ପର୍ଯ୍ୟଟକଙ୍କୁ ପରାମର୍ଶ – ୨ଦିନରେ ପୁରୀ ଛାଡ

ପୁରୀ: ପର୍ଯ୍ୟଟନ ସହର ପୁରୀରେ କରୋନା ପ୍ରତିଷେଧକ ବ୍ୟବସ୍ଥାକୁ ଅଧିକ ଜୋରଦାର କରିଛି ପୁରୀ ଜିଲ୍ଲା ପ୍ରଶାସନ। ସୁରକ୍ଷା ଦୃଷ୍ଟିରୁ ୨ଦିନ ମଧ୍ୟରେ ପୁରୀଛାଡି ନିଜ ଘରକୁ ଚାଲିଯିବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଇଛି। ହୋଟେଲ ଏବଂ ଲଜିଂ ମାଲିକମାନେ ଏ କ୍ଷେତ୍ରରେ ସହଯୋଗ କରିବାକୁ ଅନୁରୋଧ କରିଛି ପ୍ରଶାସନ। କୌଣସି ହୋଟେଲ ମାଲିକ କୋଠରି ବୁକିଂ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହୋଟେଲ ଗୁଡିକରେ ରହୁଥିବା ପର୍ଯ୍ୟଟକଙ୍କୁ ବୁଝାସୁଝା କରି ପୁରୀଛାଡି ଚାଲିଯିବାକୁ କହିବା ପାଇଁ ବୈଠକରେ ସ୍ଥିର କରାଯାଇଛି। ହୋଟେଲ ମାଲିକଙ୍କ ସହ ଗତ କଲି ପୁଣିଥରେ ଜିଲ୍ଲା ପ୍ରଶାସନ ଆଲୋଚନା କରିଛି। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ବାହାରର କୌଣସି ପର୍ଯ୍ୟଟକ ବର୍ତ୍ତମାନ ପରିସ୍ଥିତିରେ ପୁରୀ ନଆସିବାକୁ ପ୍ରଶାସନ ପରାମର୍ଶ ଦିଆଯାଇଛି।

ଟୁରିଷ୍ଟବସ୍‌ ଗୁଡିକ ବନ୍ଦହେବା ସତ୍ତ୍ବେ କେତେକ ଟ୍ରାଭେଲ ଏବଂ ଟୁର୍‌ ଅପରେଟର ଟ୍ୟାକ୍ସି ଯୋଗେ ପର୍ଯ୍ୟଟକଙ୍କୁ ବୁଲିବା ପାଇଁ ପଠାଉଥିବା ଜଣାପଡିଛି। କରୋନା ସ୍ଥିତି ଭବିଷ୍ୟତରେ ଅଧିକ ଜଟିଳହେବା ଆଶଙ୍କା କରି ପର୍ଯ୍ୟଟକଙ୍କ ପୁରୀ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଦେଶୀ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସମ୍ପର୍କରେ ହୋଟେଲ ମାଲିକମାନେ ନିୟମିତ ରିପୋର୍ଟ ଦେବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ପୁରୀ ବେଳାଭୂମିରେ ୧୪୪ଧାରା ଜାରି କରାଯାଇଥିବାରୁ ହୋଟେଲ ଗୁଡିକରେ ରହୁଥିବା କୌଣସି ପର୍ଯ୍ୟଟକ ଯେପରି ବେଳାଭୂମିକୁ ନଯାଆନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନରେ ଥିବା ଟ୍ରାଭେଲ ଏଜେନ୍ସିଗୁଡିକୁ ବନ୍ଦପାଇଁ ପରାମର୍ଶ ଦିଆଯାଇଛି। କରୋନାକୁ ରାଜ୍ୟ ସରକାର ବିପର୍ୟ୍ୟୟ ଭାବେ ଘୋଷଣା କରିଥିବାରୁ ପ୍ରତିଷେଧକ ବ୍ୟବସ୍ଥା ଭାବେ କୌଣସି ପର୍ଯ୍ୟଟକଙ୍କୁ ଆଉ ପୁରୀରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି। ହୋଟେଲ କୋଠରି ଗୁଡିକୁ ଦୁଇଦିନ ମଧ୍ୟରେ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସହକାରୀ ପର୍ଯ୍ୟଟନ ନିର୍ଦେଶକ ବିଜୟ କୁମାର ଜେନା ସୂଚନା ଦେଇଛନ୍ତି। ମଙ୍ଗଳବାର ରାଜ୍ୟ ବାହାରର ପ୍ରାୟ ୧୫ଟି ଗାଡି ସମେତ ଶତାଧିକ ପର୍ଯ୍ୟଟକଙ୍କୁ ଫେରାଇ ଦିଆଯାଇଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories