୨ ଲୁଟିଆଙ୍କୁ ନିସ୍ତୁକ ଛେଚିଲେ ଗ୍ରାମବାସୀ

0

ବାଲେଶ୍ବର: ସଦରଥାନା ଖାନନଗର ଅଞ୍ଚଳରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀ ହେଲେ ତୃପ୍ତିଲତା ପାଣିଗ୍ରାହୀ । ତୃପ୍ତି ବାଇକରେ ଯାଉଥିବା ବେଳେ ଖାନନଗର ଛକ ନିକଟରେ ଦୁଇ ଜଣ ଯୁବକ ଅଟକାଇ ତାଙ୍କଠାରୁ ସୁନା ଚେନ୍, ଟଙ୍କା ଓ ବ୍ୟାଗ୍ ଛଡେଇ ନେଇ ନିକଟସ୍ଥ ଏକ ଗାଁକୁ ପଳାଇ ଯାଇଥିଲେ । ମହିଳାଙ୍କଠାରୁ ଖବର ପାଇ ଗାଁ ଲୋକ ଲୁଟିଆଙ୍କୁ କାବୁ କରି ନିସ୍ତୁକ ମାଡ ମାରିଥିଲେ । ଗ୍ରାମବାସୀଙ୍କ ମାଡରେ ଆହତ ଦୁଇ ଲୁଟିଆ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଅଭିଯୁକ୍ତମାନେ ହେଲେ ସଦରଥାନା ଅନ୍ତର୍ଗତ ବାଙ୍ଗରା ଗାଁର ବିଶ୍ବନାଥ ମହାଳିକ ଏବଂ ଘୋଡାପଦା ଗାଁର ଜଳଧର ଦାସ ।

ସେହିପରି ଜାତୀୟ ରାଜପଥ ସୋର ଉତ୍ତରେଶ୍ବର ବ୍ରିଜ ଉପରେ ବ୍ଲକ ଆଇପିଓ ପ୍ରଭାତ ନଳିନୀ ଦାସଙ୍କୁ ଦୁର୍ବୁତ୍ତମାନେ ମାଡମାରି ତାଙ୍କଠାରୁ ସୁନା ଚେନ, ମୁଦି, ମୋବାଇଲ ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ ପରେ ଆଇପିଓ ପ୍ରଭାତ ନଳିନୀ ଦାସ ଥାନାରେ ଏତଲା ଦେଇଛନ୍ତି ।

Leave A Reply