www.samajalive.in
Saturday, December 13, 2025
27.1 C
Bhubaneswar

କରୋନା ସଂକ୍ରମଣ : ବିଦେଶ ମନ୍ତ୍ରଣାଳୟ ଗଠନ କଲା ସ୍ବତନ୍ତ୍ର ସେଲ୍

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ବ ବ୍ୟାପି ଆଲୋଡନ ସୃଷ୍ଟି ହୋଇଥିବା ବେଳେ ବିଦେଶରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ନିଶ୍ଚିତ କରିବାପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣକରାଯାଇଛି ବୋଲି କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପ୍ରସଙ୍ଗ ସଂକ୍ରାନ୍ତୀୟ ସମନ୍ୱୟ ରକ୍ଷା ଲାଗି ଏକ ସ୍ୱତନ୍ତ୍ର ସେଲ୍‍ ଗଠନ କରାଯାଇଛି। ସମଗ୍ର ବିଶ୍ୱରେ ଏହି ଭୂତାଣୁ ସଂକ୍ରମଣରେ ଏପର୍ଯ୍ୟନ୍ତ ୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି। ଭୂତାଣୁ ସଂକ୍ରମଣ ମୁକାବିଲାରେ ସମନ୍ୱୟ ରକ୍ଷା ଲାଗି ଅତିରିକ୍ତ ସଚିବ ଦାମ୍ମୁ ରବିଙ୍କୁ ମୁଖ୍ୟ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।

ଭାରତୀୟ ମିଶନଗୁଡ଼ିକ ଦିନରାତି କାର୍ଯ୍ୟରତ ଅଛନ୍ତି ଏବଂ ବିଦେଶରେ ଥିବା ଭାରତୀୟମାନଙ୍କୁ ଏ ସଂକ୍ରାନ୍ତ ସମସ୍ତ ପ୍ରଶ୍ନର ଉତ୍ତର ଦେଉଛନ୍ତି। ମିଶନଗୁଡ଼ିକ ପକ୍ଷରୁ ହେଲ୍‍ପ୍‍ ଲାଇନ୍‍ ନମ୍ବର ଜାରି କରାଯାଇଛି। ସେହିପରି ଫୋନ୍‍, ଇ-ମେଲ୍‍ ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ବିଦେଶରେ ରହୁଥିବା ଭାରତୀୟ ସମୁଦାୟର ବ୍ୟକ୍ତିବିଶେଷଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ
କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‍. ଜୟଶଙ୍କର ଏବଂ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗ୍‍ଲା ବ୍ୟକ୍ତିଗତ ଭାବେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ ହ୍ୱାଟସଆପ, ସ୍ନାପଚ୍ୟାଟ ଏବଂ ଟେଲିଗ୍ରାମ କମ୍ପାନୀ

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories