ବ୍ରହ୍ମପୁତ୍ର ଓ ସତଲେଜ୍‍ ନଦୀର ତଥ୍ୟ ଦେବ ଚୀନ୍‍

0

ନୂଆଦିଲ୍ଲୀ: ବ୍ରହ୍ମପୁତ୍ର ଓ ସତ୍‍ଲେଜ୍‍ ନଦୀ ଜଳ ବ୍ୟବହାର ଓ ଜଳସ୍ତର ସମ୍ପର୍କିତ ତଥ୍ୟ ଭାରତକୁ ଦେବା ପାଇଁ ଚୀନ ରାଜି ହୋଇଛି। ଗତ ମେ’ ୧୫ ତାରିଖରୁ ବ୍ରହ୍ମପୁତ୍ର ଓ ଜୁନ୍‍ ୧ ତାରିଖରୁ ସତ୍‍ଲେଜ୍‍ ନଦୀର ତଥ୍ୟ ହସ୍ତାନ୍ତର କରାଯିବ। ଅକ୍ଟୋବର ପର୍ଯ୍ୟନ୍ତ ଦିନକୁ ଦୁଇ ଥର ଏହି ତଥ୍ୟ ହସ୍ତାନ୍ତର କରାଯିବ। ଡୋକ୍‍ଲାମ୍‍ ବିବାଦ ପରେ ଗତ ବର୍ଷଠାରୁ ତଥ୍ୟ ହସ୍ତାନ୍ତର ପ୍ର୍ରକ୍ରିୟା ବନ୍ଦ କରିଥିଲା। ତିବ୍ୱତରୁ ବାହାରିଥିବା ବ୍ରହ୍ମପୁତ୍ର ଚୀନ ପରେ ଭାରତରେ ଅରୁଣାଚଳ ପ୍ରଦେଶ, ଆସାମରେ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପଡ଼ିଛି। ତେଣୁ ସମ୍ଭାବ୍ୟ ବନ୍ୟା ନିୟନ୍ତ୍ରଣ ପାଇଁ ଚୀନ୍‍ର ତଥ୍ୟ ଜରୁରୀ ବୋଲି କୁହାଯାଉଛି। ତଥ୍ୟ ବଦଳରେ ଭାରତ ଚୀନ୍‍କୁ ଭାରତୀୟ ମୁଦ୍ରାରେ ବାର୍ଷିକ ୧ କୋଟି ଟଙ୍କା ଦେଉଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗଙ୍କ ମଧ୍ୟରେ ଏଥିପାଇଁ ଚୁକ୍ତି ହୋଇଥଥିବା କୁହାଯାଉଛି।

kalyan agarbati
Leave A Reply