www.samajalive.in
Sunday, December 7, 2025
16.1 C
Bhubaneswar

ବିଶ୍ବ କିଡନୀ ଦିବସ : ସୁସ୍ଥ କିଡନୀ ପାଇଁ ୫ଟି ଟିପ୍ସ

ମାନବ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ କିଡନୀ ବା ବୃକକ୍ ହେଉଛି ଅନ୍ୟତମ। ଶରୀରର ତରଳ ପଦାର୍ଥର ରକ୍ଷଣାବେକ୍ଷଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ଆମ ରକ୍ତରେ ଥିବା ବର୍ଜ୍ୟବସ୍ତୁକୁ ପରିଷ୍କାର କରିବାରେ ସାହାଯ୍ୟ କରିଥାଏ।

ଆଜି ହେଉଛି ବିଶ୍ବ କିଡନୀ ଦିବସ। ପ୍ରତିବର୍ଷ ମାର୍ଚ୍ଚ ଦ୍ୱିତୀୟ ଗୁରୁବାରକୁ କିଡନୀ ଦିବସ ଭାବେ ପାଳନ କରାଯାଏ। ବିଶ୍ୱ କିଡନୀ ଦିବସ ପ୍ରଥମେ ୨୦୦୬ରେ ପାଳନ କରାଯାଇଥିଲା। ପ୍ରାୟ ୬୬ଟି ଦେଶ ଏକତ୍ରିତ ହୋଇ ଏହି ଦିନ କିଡନୀର ମହତ୍ତ୍ୱ, ସେହି ସମ୍ବନ୍ଧୀୟ ରୋଗର ପ୍ରଭାବ ଏବଂ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିଥିଲେ।

- Advertisement -

ଦେଶରେ କିଡନୀ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ବିଶ୍ବରେ ପ୍ରାୟ ୮୫ ନିୟୁତ ଲୋକ କିଡନୀ ରୋଗରେ ପୀଡିତ। ସେହିପରି ଦେଶରେ ପ୍ରାୟ ୧୦ପ୍ରତିଶତ ଲୋକଙ୍କର କିଡନୀ ସମସ୍ୟା ରହିଛି। ଯଦି ସାଧାରଣ ଜୀବନଶୈଳୀରେ ଉନ୍ନତି ନ ହୁଏ, ତେବେ ୨୦୪୦ ସୁଦ୍ଧା ମୃତ୍ୟୁର ପଞ୍ଚମ ବଡ କାରଣ ହେବ କିଡନୀ ରୋଗ।

ଯଦି ଜଣେ ବ୍ୟକ୍ତି ସମୟାନୁସାରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରନ୍ତି, ତେବେ କିଡନୀ ରୋଗ ହେବାର ସମ୍ଭାବନା ବହୁତ କମ୍ ଥାଏ। କିଡନୀ ଜନିତ ସମସ୍ୟାରେ ପୀଡିତ ପରିବାରର ୩୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ପ୍ରତିବର୍ଷ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ଉଚିତ୍। ଏହାର ସର୍ବୋତ୍ତମ ଚିକିତ୍ସା ହେଉଛି ସମୟ ଥାଉ ଥାଉ କିଡନୀ ପ୍ରତିରୋଧ କରିବା।

‘କିଡନୀକୁ ସୁସ୍ଥ ରଖିବା ପାଇଁ ୫ଟି ଟିପ୍ସ

୧) ବ୍ୟାୟାମ : ପ୍ରତି ରୋଗର ନିରାକରଣ ହେଉଛି ବ୍ୟାୟାମ। ସକ୍ରିୟ ରହିବା ପାଇଁ ନିୟମିତ ବ୍ୟାୟାମ କରିବା ଦ୍ବାରା ଅନେକ ଯନ୍ତ୍ରଣାଦାୟକ ରୋଗରୁ ମୁକ୍ତି ମିଳିଥାଏ।

୨) ବ୍ରାଉନ୍ ବା ମାଟିଆ ଚାଉଳ, କେନଡ୍ ଖାଦ୍ୟ(meat, seafood, poultry, and dairy products), ପୁରା ଗହମରେ ପ୍ରସ୍ତୁତ ରୁଟି ବା ବ୍ରେଡ୍, ଦୁଗ୍ଧଜାତ ଦ୍ରବ୍ୟ ଏବଂ ଚର୍ବିଯୁକ୍ତ ପଦାର୍ଥ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଏହା ଆପଣଙ୍କ କୋଲେଷ୍ଟେରୋଲ୍ ସ୍ତର ଏବଂ ରକ୍ତଚାପକୁ ପ୍ରଭାବିତ କରିଥାଏ।

୩) ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କରନ୍ତୁ।

୪) ନିୟମିତ ପେନ୍-କିଲର୍ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

୫) ଧୂମପାନ ଏବଂ ଅତ୍ୟଧିକ ମଦ୍ୟପାନରୁ ଦୂରେଇ ରୁହନ୍ତୁ। କିଡନୀ ରୋଗ ହେବାର ଏହା ମୁଖ୍ୟ କାରଣ।

ଚଳିତ ବର୍ଷର ଥିମ୍ ବା ବିଷୟବସ୍ତୁ ରହିଛି ‘କିଡନୀ ରୋଗ ନିରୂପଣରୁ ନିରାକରଣ-ସବୁଠାରେ, ସବୁ ସମୟରେ ଏବଂ ଚିକିତ୍ସାର ସମାନୁପାତିକ ବିତରଣକୁ ସାକାର କରିବା ନିମନ୍ତେ ଚେଷ୍ଟା ’

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories