www.samajalive.in
Saturday, December 6, 2025
15.1 C
Bhubaneswar

ବିଶ୍ୱରେ କରୋନା ମୃତ୍ୟୁ ୨୯,୮୫,୪୨୫କୁ ବୃଦ୍ଧି

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଗୁରୁତର ଭାବରେ ପ୍ରଭାବିତ କରିବାରେ ଲାଗିଛି। ବିଶ୍ୱର ୨୧୯ଟି ରାଷ୍ଟ୍ରରେ କରୋନା ସଂକ୍ରମଣ ହୋଇଛି। ଏଥିରେ ଉଭୟ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟୁଛି। ଇତିମଧ୍ୟରେ ସମଗ୍ର ବିଶ୍ୱରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୯,୮୫,୪୨୫କୁ ବୃଦ୍ଧିପାଇଛି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ କୋଟି ୮୮ ଲକ୍ଷ ୨୬ ହଜାର ୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୧ କୋଟି ୧୬ ଲକ୍ଷ ୮ ହଜାର ୩୯୩ ଜଣ ସୁସ୍ଥ ହୋଇସାରିଛନ୍ତି।
ଇତିମଧ୍ୟରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଗତ କାଲି ରାତି ୯ଟାରୁ ସମଗ୍ର ରାଜ୍ୟରେ ଜନତା କର୍ଫ୍ୟୁ ଏବଂ ୧୪୪ ଧାରା ଜାରି କରାଯାଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୫୮,୯୫୨ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ କରୋନା ସଂକ୍ରମିତଙ୍କ ମଧ୍ୟରୁ ୨୭୮ଜଣଙ୍କର ମୃତ୍ୟୁ ଘଟିଛି। ସେହି ରାଜ୍ୟରେ ମୋଟ ୩୫,୭୮,୧୮୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬,୧୨,୦୭୦ ରହିଛି। ରାଜ୍ୟରେ ଅତ୍ୟାବଶ୍ୟକ ସେବାକୁ ବାଦଦେଇ ଅନ୍ୟ ସମସ୍ତ କାଯ୍ୟଁକୁ ବନ୍ଦ ରଖାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories