www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟରେ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା: ୨୪ ଘଣ୍ଟାରେ ୨୯୮୯ ନୂଆ ସଂକ୍ରମିତ

ଭୁବନେଶ୍ୱର: ଦିନକୁ ଦିନ ସମଗ୍ର ରାଜ୍ୟରେ ତାହାର କାୟା ଦ୍ରୁତ ଗତିରେ ବିସ୍ତାର କରିବାରେ ଲାଗିଛି କରୋନା। ଆଶାତୀତ ଭାବରେ ପ୍ରତି ଜିଲାରେ ସଂକ୍ରମଣ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୨୯୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୩୩ ଏବଂ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୧୨୫୬ ରହିଛି। ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡରେ ସର୍ବାଧିକ ୬୩୧ ଓ ଖୋର୍ଦ୍ଧାରେ ୪୩୮ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଆଉ ଅନେକ ଜିଲାରେ ପ୍ରତିଦିନ ନୂଆ ସଂକ୍ରମଣ ସଂଖ୍ୟା ତିନିଅଙ୍କ ପାର୍‍ କରିବାରେ ଲାଗିଛି।
ରାଜ୍ୟର କଳାହାଣ୍ଡି ଜିଲାରୁ ୨୬୦, କଟକ ୨୦୮, ନୂଆପଡା ୧୫୧, ସମ୍ବଲପୁରରେ ୧୪୮ ଜଣ ନୂଆ ସଂକ୍ରମିତଙ୍କୁ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ କରାଯାଇଛି। ସେହିଭଳି ବରଗଡରୁ ୧୨୬, ବଲାଙ୍ଗିର ୧୧୦ ଏବଂ ଷ୍ଟେଟପୁଲରୁ ୯୪ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାବ୍ୟତୀତ ଝାରସୁଗୁଡା ଜିଲାରୁ ୮୪, ବାଲେଶ୍ୱର ୮୩, କେନ୍ଦୁଝର ୭୭, ଅନୁଗୁଳ ୬୫, ଗଞ୍ଜାମ ୬୩, ଯାଜପୁର ୫୧, ନବରଙ୍ଗପୁରରେ ୪୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୮ ହଜାର ୩୪୨କୁ ବୃଦ୍ଧିପାଇଛି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୪୧ ହଜାର ୭୩୩ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୪,୬୨୧ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories