www.samajalive.in
Sunday, December 7, 2025
13.1 C
Bhubaneswar

ଇତିହାସ ରଚିଲା ଏମ୍ସ: ସଫଳତାର ସହ ଏକକାଳୀନ ପ୍ରତିରୋପଣ ହେଲା ଉଭୟ କିଡ୍‌ନୀ

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ପ୍ରଥମ ଥର ପାଇଁ ଏକକାଳୀନ ଦୁଇଟି ବୃକ୍‌କ ପ୍ରତିରୋପଣ(କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ) ହୋଇଛି। ଏମ୍ସର ସର୍ଜରୀ ବିଭାଗର ପ୍ରଫେସର ଡା. ଅସୁରୀ କୃଷ୍ଣା କହିଛନ୍ତି ଯେ, ଏହା ଏକ ଜଟିଳ ଅସ୍ତ୍ରୋପଚାର ଥିଲା। ଯେଉଁଥିରେ ଅନେକ ଡାକ୍ତରଙ୍କ ଏକ ଟିମ୍‌ ଏକାଠି କାମ କରିଥିଲେ। ଭଲ କଥା ହେଉଛି ଅସ୍ତ୍ରୋପଚାର ସଫଳ ହୋଇଛି। ୭୮ ବର୍ଷୀୟା ଦାତାଙ୍କ ଯୋଗୁ ଏମ୍ସ ଏହି ସଫଳତା ହାସଲ କରିପାରିଛି।

୭୮ ବର୍ଷୀୟ ବୃଦ୍ଧା କିଡ୍‌ନୀ ଦାତା ତାଙ୍କ ଘରର ସିଡ଼ିରୁ ପଡ଼ିଯିବା ପରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହି କାରଣରୁ ତାଙ୍କୁ ମସ୍ତିଷ୍କ ମୃତ ଘୋଷଣା କରାଯାଇଥିଲା। ଅଙ୍ଗ ଦାନ ପାଇଁ ତାଙ୍କ ପରିବାର ସମ୍ମତି ପ୍ରକାଶ କରିଥିଲେ। ବୟସାଧିକ କାରଣରୁ ଡାୟଲିସିସ୍ ରୋଗୀ ପାଇଁ ଗୋଟିଏ କିଡନୀ ପର୍ଯ୍ୟାପ୍ତ ନୁହେଁ। ତେଣୁ ସେହି ରୋଗୀର ଉଭୟ କିଡନୀ ପ୍ରତିରୋପଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

- Advertisement -

ଡାକ୍ତର ଅସୁରୀ କୃଷ୍ଣା କହିଛନ୍ତି, ଚ୍ୟାଲେଞ୍ଜ ବଡ଼ ଥିଲା, କିନ୍ତୁ ସଫଳତା ହାସଲ ହୋଇଛି। ଦାତାଙ୍କ ଉଭୟ କିଡ୍‌ନୀ ଜଣେ ୫୧ ବର୍ଷୀୟା ମହିଳାଙ୍କଠାରେ ପ୍ରତିରୋପଣ କରାଯାଇଛି। ଡିସେମ୍ବର ୨୨, ୨୦୨୩ରେ ସର୍ଜରୀ ୟୁନିଟ୍ ୪ର ଡା. ଅସୁରୀ କୃଷ୍ଣା, ଡା. ସୁଶାନ୍ତ ସୋରେନ୍ ଏବଂ ପ୍ରଫେସର ଭି. ସିନୁଙ୍କ ଟ୍ରାନ୍ସପ୍ଲାଣ୍ଟ ଟିମ୍‌ ଦ୍ବାରା ଏହି ଅସ୍ତ୍ରୋପଚାର କରାଯାଇଥିଲା। ଉଭୟ କିଡନୀକୁ ଗ୍ରହୀତାଙ୍କଠାରେ ସଫଳତାର ସହ ପ୍ରତିରୋପଣ କରାଯାଇଥିଲା ଏବଂ ଅସ୍ତ୍ରୋପଚାର ପରେ ମହିଳାଙ୍କୁ ଆଉ ଡାୟଲିସିସ୍‌ର ଆବଶ୍ୟକତା ପଡ଼ୁନାହିଁ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories