www.samajalive.in
Saturday, December 13, 2025
23.1 C
Bhubaneswar

ମା’ ବିରଜାଙ୍କ ଝୁଲଣ ଯାତ୍ରା ଅନୁଷ୍ଠିତ

ଯାଜପୁର: ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଛି। ମା’ଙ୍କ ବିଜେପ୍ରତିମା ଦୋଳମଣ୍ଡପକୁ ଆସିବା ପରେ ସ୍ୱତନ୍ତ୍ର ରୀତିନୀତି ଅନୁଶାରେ ପୂଜାର୍ଚ୍ଚନା କରାଯାଇଛି। ଏହି ଅବସରରେ ମା’ ବିରଜାଙ୍କ ନିକଟରେ ସେବକ ଜ୍ୟୋତ୍ୟିଷଙ୍କ ଦ୍ୱାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି। ସେଠାରେ ମା’ଙ୍କ ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ୱାବଧାନରେ ପୂଜକମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ସହିତ ସେବକ ଜ୍ୟୋତ୍ୟିଷ ନୂତନ ପଞ୍ଜିକା ପାଠ କରିଥିଲେ। ପୁରାତନ ଭାଷ୍ୱତି ଗଣନା ଅନୁଯାୟୀ ୧୨ରାଶିର ଗ୍ରହ, ନକ୍ଷତ୍ର ଚଳନ ଓ ଦେଶର ଭବିଷ୍ୟତ ବାଣୀ ସମ୍ପର୍କରେ ସୂଚନା ଦିଆଯାଇଥିଲା।

ଏହି ପଞ୍ଜିକା ଜନସାଧାରଣଙ୍କ ପାଇଁ ପଣାସଂଙ୍କ୍ରନ୍ତି ତଥା ଓଡିଆ ନବବର୍ଷ ଏପ୍ରିଲ ୧୪ରେ ଉତ୍ସର୍ଗ କରାଯାଇଥାଏ। ଏହି ବିରଜା ପଞ୍ଜିକା ବିିରଜା ମଣ୍ଡଳି ବ୍ୟତିତ ଭଦ୍ରକ, କେନ୍ଦ୍ରପଡା, କେନ୍ଦୁଝର ଜିଲ୍ଲାମାନଙ୍କରେ ମଧ୍ୟ ପ୍ରଚଳିତ ହୋଇଥାଏ। ଏହି ପାଞ୍ଜିକାରେ ମା’ଙ୍କ ବର୍ଷକର ରୀତିନୀତି ପୂଜାର୍ଚ୍ଚନା ର ସମୟ ନିର୍ଘଣ୍ଟ କରାଯାଇଥାଏ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories