www.samajalive.in
Saturday, December 13, 2025
23.1 C
Bhubaneswar

ବାଲେଶ୍ୱର – ଦୁର୍ଘଟଣାରେ ଦୁଇ ମୃତ

ବାଲେଶ୍ୱର: ଆଜି ବାଲେଶ୍ୱରରେ ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଥମ ଘଟଣାଟି ସୋର ମହୁମୁହାଣ ଗ୍ରାମରେ ଘଟିଛି। ମହୁମୁହାଣ ଗ୍ରାମର ନରେନ୍ଦ୍ର କୁମାର ଜେନା ହୋଲିରେ ରଙ୍ଗ ଖେଳିବାକୁ ବାଇକରେ ଯାଉଥିବା ବେଳେ ଯିବା ବେଳେ ହଠାତ ଷଣ୍ଢ ଆକ୍ରମଣ କରିବାରୁ ସେ ରାସ୍ତା ଉପରେ ବାଇକରୁ ଖସି ତଳେ ପଡିଯାଇଥିଲେ। ସେହି ସମୟରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ ଯୁବକଙ୍କ ଉପରେ ମାଡିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୁତ ଘୋଷଣା କରିଥିଲେ।

ଅନ୍ୟ ଏକ ଘଟଣାରେ ସୋର ମଙ୍ଗଳପୁରୁ ରାସ୍ତା ବାଗୁଡ଼ିଠାରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଖଇରା ଥାନା ଗଣ୍ଡିବେଡ଼ ମାର୍କୋନା ରାସ୍ତା କଲିହା ଛକ ନିକଟରେ କୁରୁଣ୍ଟା ମେଳଣ ଦେଖି ଘରକୁ ଫେରୁଥିବା ସମୟରେ ବାଇକ ଧକ୍କାରେ ନନ୍ଦୋର ଗ୍ରାମର ଗଣେଶ ମାଝୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories