www.samajalive.in
Thursday, December 11, 2025
18.1 C
Bhubaneswar

ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ – ୧୭ ବିଧାୟକ ନିରୁଦ୍ଧିଷ୍ଟ, ମୋଦୀଙ୍କୁ ଭେଟିଲେ ଜ୍ୟୋତିରାଦିତ୍ୟ

ସମାଜ ପୋର୍ଟାଲ ଡେସ୍କ: ମଧ୍ୟପ୍ରଦେଶରେ ଶାସକ କଂଗ୍ରେସ ଦଳ ୧୭ଜଣ ବିଧାୟକ ନିରୁଦ୍ଧିଷ୍ଟ ହୋଇଯିବା ପରେ ସେଠାକାର ସରକାର ସଙ୍କଟର ସମ୍ମୁଖୀନ ହୋଇଛି। ଯେଉଁମାନେ ନିଖୋଜ ହୋଇଯାଇଛନ୍ତି ସେମାନଙ୍କ ମଧ୍ୟରୁ ୫ଜଣ ମନ୍ତ୍ରୀ ରହିଛନ୍ତି। ଏମାନେ ସମସ୍ତେ ଗୁନାର କଂଗ୍ରେସ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ। ଏହି ବିଧାୟକମାନଙ୍କୁ ବେଙ୍ଗାଲୁର ନିଆଯାଇଛି ବୋଲି କେତେକ ସୂତ୍ରରୁ ଖବର ମିଳିଛି। ରାଜ୍ୟର ରାଜନୈତିକ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କମଲନାଥ, କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଭେଟିବାର ଅଳ୍ପସମୟ ପରେ ଏହି ବିଧାୟକମାନେ ନିଖୋଜ ହୋଇଯାଇଛନ୍ତି।

ଏବେ ଏବେ
କିଛି ସମୟ ପୂର୍ବରୁ ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ତଥା ଗୁନାର ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶହ ସାକ୍ଷାତ ଆଲୋଚନା କରିଛନ୍ତି। ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ସେଠାରେ ମୋଦୀଙ୍କ ସହ ଆଲୋଚନା କରିଛନ୍ତି। ଏହି ସାକ୍ଷାତ ଆଲୋଚନାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କୁହାଯାଉଛି ଯେ ଜ୍ୟୋତିରାଦିତ୍ୟ ଆଜି କିମ୍ବା କାଲି ବିଜେପିରେ ଯୋଗ ଦେଇ ପାରନ୍ତି। ମଧ୍ୟପ୍ରଦେଶ କଂଗ୍ରେସରେ ଅଚଳାବସ୍ଥା ଦୂର କରିବା ଉଦ୍ଦେଶ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ସନ୍ଧ୍ୟାରେ ବୈଠକ ଡାକିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଧ୍ୟ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଡକାଯାଇଛି।

ମୁଖ୍ୟମନ୍ତ୍ରୀ ଗତକାଲି ବିଳମ୍ବିତ ରାତିରେ ଭୋପାଳରେ ପହଞ୍ଚି ମନ୍ତ୍ରିମଣ୍ଡଳର ଜରୁରୀ ବୈଠକ ଡକାଇଥିଲେ। ଏଥିରେ ପ୍ରାୟ ୨୦ଜଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆସ୍ଥା ପ୍ରକଟ କରି ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ। ମୋଟ ୨୮ ମନ୍ତ୍ରୀଙ୍କ ମଧ୍ୟରୁ ଏହି ବୈଠକରେ ୨୦ଜଣ ଉପସ୍ଥିତ ଥିଲେ। ମଧ୍ୟପ୍ରଦେଶର ଜଙ୍ଗଲମନ୍ତ୍ରୀ ଉମଙ୍ଗ ସିଙ୍ଘାର କହିଛନ୍ତି ଯେ, ମନ୍ତ୍ରିମଣ୍ଡଳର ପୁର୍ନଗଠନ ପାଇଁ ସେ ଏବଂ ତାଙ୍କର ସହକର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଦଳ ଓ ସରକାରରେ ଅସନ୍ତୋଷ ଦୂର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।

- Advertisement -

ଇତିମଧ୍ୟରେ ବିଜେପି ପକ୍ଷରୁ ଆଜି ସନ୍ଧ୍ୟାରେ ଏକ ବୈଠକ ଆହ୍ୱାନ କରାଯାଇଛି, ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଧାୟକ ଦଳର ନେତା ନିର୍ବାଚିତ ହେବାର ସମ୍ଭାବନା ରହିଛି। ବିଧାନସଭାରେ କଂଗ୍ରେସ ଦଳ ୧୧୪ଜଣ ବିଧାୟକ ଥିବାବେଳେ ବିଜେପି ୧୦୭ଜଣ ସଦସ୍ୟ ଅଛନ୍ତି। ମଧ୍ୟପ୍ରଦେଶ ବିଧାନସଭାର ମୋଟ ଆସନସଂଖ୍ୟା ୨୩୦। ଏହି ସଦନରେ ଏବେ ୪ଜଣ ସ୍ୱାଧୀନ, ବିଏସପିର ଦୁଇଜଣ ଓ ସମାଜବାଦୀ ପାର୍ଟିର ଜଣେ ଲେଖାଏଁ ସଦସ୍ୟ ରହିଛନ୍ତି। ସେମାନେ ସମସ୍ତେ କମଲନାଥ ସରକାରଙ୍କୁ ସମର୍ଥନ କରୁଛନ୍ତି। ଜଣେ ବିଜେପି ଓ ଜଣେ କଂଗ୍ରେସ ସଦସ୍ୟଙ୍କ ମୃତ୍ୟୁ ଫଳରେ ଦୁଇଟି ଆସନ ଖାଲିପଡିଛି।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories