www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ସଂକ୍ରମିତ ରହୁଥିବା ହୋଟେଲ ଭୁଶୁଡି ୧୦ ମୃତ

ସମାଜ ପୋର୍ଟାଲ ଡେସ୍କ: ଚୀନ୍‍ର ପୁଜିଆନ୍‍ ଅଞ୍ଚଳର କ୍ୱାନ୍‍ଝୌ ସହରରେ ଏକ ହୋଟେଲ୍‍ ଭୂଷୁଡ଼ି ପଡ଼ିବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୨ ଜଣଙ୍କୁ ଉଦ୍ଧାର କରାଯାଇଛି। କରୋନା ଭୂତାଣୁ ସଂକ୍ରମଣ ସନ୍ଦେହ କରାଯାଉଥିବା କିଛି ବ୍ୟକ୍ତିଙ୍କୁ ଅଲଗା କରି ଏହି ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥାରେ ରଖାଯାଇଥିବା ବେଳେ ଗତକାଲି ଏହା ଭୂଷୁଡ଼ି ପଡ଼ିଥିଲା। ଏଥିରେ ୭୧ ଜଣ ଲୋକ ଫସି ରହିଥିଲେ।

ସରକାରୀ ସୂତ୍ରରୁ ପ୍ରକାଶ, ଗତ ରାତିରେ ଏକ ଘରର ମରାମତି କାମ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଘରର ମାଲିକକୁ ପୁଲିସ୍‍ ଗିରଫ କରିଛି। ସେହି ହୋଟେଲଟି କରୋନା ଭାଇରସ୍ ରୋକିବା ଏବଂ ନିୟନ୍ତ୍ରଣ ସମୟରେ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ରଖାଯାଇ ପର୍ଯ୍ୟବେକ୍ଷଣ କରାଯାଉଥିଲା। ଦୁର୍ଘଟଣା ସମୟରେ ହୋଟେଲଟିକୁ ସଜ୍ଜା ଯାଇଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟ ପାଇଁ ୧ହଜାରୁରୁ ଅଧିକ ଅଗ୍ନିଶମ ବାହିନୀ, ପୋଲିସ କର୍ମଚାରୀ ଏବଂ ମେଡିକାଲ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories