www.samajalive.in
Saturday, December 6, 2025
17.1 C
Bhubaneswar

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା, ଦଳକୁ ଫେରିଲେ ପାଣ୍ଡ୍ୟା-ଭୁଭି-ଧାୱନ

ମୁମ୍ବଇ : ଆସନ୍ତା ୧୨ ତାରିଖରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଦୀର୍ଘ ଦିନ ହେଲା ଭାରତୀୟ ଦଳରୁ ବାଦ ପଡ଼ିଥିବା ଶିଖର ଧାୱନ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭୁବନେଶ୍ୱର କୁମାର ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ରୋହିତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇନାହିଁ। ଘୋଷଣା ହୋଇଥିବା ୧୫ ଜଣିଆ ଭାରତୀୟ ଦଳରେ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ ଏବଂ ଶୁଭମନ ଗିଲ ମଧ୍ୟ ସାମିଲ ହୋଇଛନ୍ତି। ମାର୍ଚ୍ଚ ୧୨ରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ। ପ୍ରଥମ ଦିନିକିଆ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଥିବା ବେଳେ ଦ୍ବିତୀୟ ମ୍ୟାଚ ମାର୍ଚ୍ଚ ୧୫ ରେ ଲକ୍ଷ୍ନୌରେ ଖେଳାଯିବ। ସେହିପରି ମାର୍ଚ୍ଚ ୧୮ ରେ ତୃତୀୟ ମ୍ୟାଚ୍ କୋଲକତାରେ ଖେଳାଯିବ ବୋଲି ଜଣାପଡିଛି।

- Advertisement -

 

ଘୋଷଣା ହୋଇଥିବା ୧୫ ଜଣିଆ ଭାରତୀୟ ଦଳ:
ଶିଖର ଧାୱନ, ପୃଥ୍ବୀ ଶ, ବିରାଟ କୋହଲି (ଅଧିନାୟକ), କେ.ଏଲ୍ ରାହୁଲ, ମନୀଷ ପାଣ୍ଡେ, ଶ୍ରେୟସ୍ ଆୟର, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍ରା, ନଭଦୀପ ସୈନି, କୁଲଦୀପ ଯାଦବ ଓ ଶୁବମନ ଗିଲ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories