www.samajalive.in
Monday, December 15, 2025
27.1 C
Bhubaneswar

ପୁଣି ବିବାଦରେ ବିହାର ବୋର୍ଡ: ମେଡିକାଲରେ ଉତ୍ତୀର୍ଣ୍ଣ, ଦ୍ୱାଦଶରେ ଫେଲ୍‍

ପାଟନା: ବିବାଦ ପିଛା ଛାଡ଼ୁନି ବିହାର ବୋର୍ଡ଼ର। ଗତ ବର୍ଷର ବିବାଦ ପରେ ଚଳିତ ବର୍ଷ ବୋର୍ଡ଼ କର୍ତ୍ତୃପକ୍ଷ ପରୀକ୍ଷା ଫଳାଫଳକୁ ନେଇ କେତେକ ସୁଧାରମୂଳକ ପଦକ୍ଷେପ ନେଇଥିଲେ। ଏପରିକି ଫଳାଫଳ ପ୍ରକାଶ ହେବା ପୂର୍ବରୁ ସର୍ବାଧିକ ନମ୍ବର ରଖିଥିବା ପରିକ୍ଷାର୍ଥୀଙ୍କ ମୌଖିକ ପରୀକ୍ଷା କରି ସେମାନଙ୍କ ଜ୍ଞାନର ମାନଦଣ୍ଡକୁ ଜାଣିବା ପରେ ଚଳିତ ବର୍ଷ ପ୍ରକାଶ ପାଇଥିଲା ମାଟ୍ରିକ ଓ ଯୁକ୍ତ ୨ର ପରୀକ୍ଷା ଫଳାଫଳ। ତଥାପି ଚଳିତ ବର୍ଷ ପରୀକ୍ଷା ଫଳାଫଳକୁ ନେଇ ବିହାର ବୋର୍ଡ଼ ବିବାଦରେ ଫସି ଯାଇଛି। ମେଡିକାଲ, ଜେଇଇ, ମେରାଇନ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ପ୍ରବେଶିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷାରେ ଫେଲ ହୋଇଥିବା ବୋର୍ଡ଼ର ପାରଦର୍ଶିତାକୁ ସନ୍ଦେହ ମଧ୍ୟକୁ ନେଇ ଆସିଛି। ବୋର୍ଡ଼ର ଏଭଳି ଫଳାଫଳ ବିରୋଧରେ ଏଆଇଏସଏଫ, ଜନ ଅଧିକାର ପରି ଛାତ୍ର ସଂଗଠନ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ସମର୍ଥନରେ ବାହାରି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଯୁକ୍ତ ୨ ଖାତା ଦେଖାରେ ବ୍ୟାପକ ମାତ୍ରାରେ ଅନିୟମିତତା ହୋଇଥିବା ସେମାନେ ଅଭିଯୋଗ କରିବା ସହ ସେମାନଙ୍କ ସମ୍ମୁଖରେ ଖାତା ପୁଣି ଥରେ ମୂଲ୍ୟାୟନ କରିବାକୁ ସେମାନେ ଦାବି କରିଛନ୍ତି।
ବିହାର ବୋର୍ଡ଼ର ସରକାରୀ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟରୀକରଣ କରାଯାଇଥିଲେ ହେଁ ରାଜ୍ୟର ଅଧିକାଂଶ ସ୍କୁଲରେ କେଉଁଠି କମ୍ପ୍ୟୁଟର ନାହିଁ ତ’ କେଉଁଠି କମ୍ପ୍ୟୁଟର ଶିକ୍ଷକ ନାହାନ୍ତି। ଏଭଳି ପରିସ୍ଥିତିରେ ସ୍କୁଲର ତଥ୍ୟ ସାଇବର କାଫେ ମାଧ୍ୟମରେ ବୋର୍ଡ଼ ପାଖରେ ପହଞ୍ଚୁଛି। ଫଳରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପାଖରେ ତଥ୍ୟକୁ ଗୋପନ କରିବା କିମ୍ବା ସୁରକ୍ଷିତ ରଖିବାର କୌଣସି ମାଧ୍ୟମ ନାହିଁ ବୋଲି ଜନୈକ ସ୍କୁଲ ଶିକ୍ଷକ ପ୍ରକାଶ କରିଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories