www.samajalive.in
Sunday, December 14, 2025
19.1 C
Bhubaneswar

କିଙ୍ଗ୍‍ଦାଓରେ ମୋଦୀ ; ଆସନ୍ତାକାଲି ସାଂଘାଇ ସହଯୋଗ ଶିଖର ବୈଠକ

ନୂଆଦିଲ୍ଲୀ : ଦୁଇଦିନିଆ ଚୀନ୍‍  ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କିଙ୍ଗ୍‍ଦାଓରେ ପହଞ୍ଚିଛନ୍ତି । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ସାଂଘାଇ ସହଯୋଗ ସଙ୍ଗଠନ(ଏସ୍‍ସିଓ)ଶିଖର ବୈଠକରେ ସେ ଯୋଗଦେବେ । ଏସ୍‍ସିଓରେ ଏକ ପୂର୍ଣ୍ଣାଙ୍ଗ ସଦସ୍ୟ ଭାବେ ଭାରତ ପ୍ରଥମ ଥର ଶିଖର ବୈଠକରେ ଯୋଗ ଦେବ । ଭାରତ, ଚୀନ୍‍ ଓ ରୁଷ୍‍ ସମେତ ଅନ୍ୟ ଦେଶମାନେ ଏହାର ସଦସ୍ୟ ଅଛନ୍ତି। ଶିଖର ବୈଠକରେ ଯୋଗ ଦେବାକୁ ଯିବା ପୂର୍ବରୁ ଏକ ଫେସ୍‍ବୁକ୍‍ ପୋଷ୍ଟରେ ଶ୍ରୀ ମୋଦି କହିଥିଲେ, ଭାରତ ଏସ୍‍ସିଓର ପୂର୍ଣ୍ଣାଙ୍ଗ ସଦସ୍ୟ ଭାବେ ଏଥିରେ ଯୋଗ ଦେଉଥିବାରୁ ସେ ଅତ୍ୟନ୍ତ ଉତ୍ସାହିତ।  ସେ କହିଥିଲେ ଆତଙ୍କବାଦଠାରୁ ଆରମ୍ଭ କରି ବିଚ୍ଛିନ୍ନତାବାଦ ଓ ଉଗ୍ରବାଦ ବିରୁଦ୍ଧରେ ସଂଗ୍ରାମ, ଯୋଗାଯୋଗ ବୃଦ୍ଧିପାଇଁ ସହଯୋଗ, ବାଣିଜ୍ୟ ବର୍ହିଶୁଳ୍କ, ସ୍ୱାସ୍ଥ୍ୟ ଓ କୃଷି, ପରିବେଶ ସୁରକ୍ଷା, ଦୁର୍ବିପାକ ସହାୟତା ଓ ଜନସମ୍ପର୍କ ବୃଦ୍ଧି ଆଦି କ୍ଷେତ୍ରରେ ସହଯୋଗ ଏସ୍‍ସିଓର କାର୍ଯ୍ୟସୂଚୀରେ ସ୍ଥାନ ପାଇଛି। କିଙ୍ଗ୍‍ଦାଓ ଶିଖର ବୈଠକରେ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧିପାଇଁ ସଦସ୍ୟ ରାଷ୍ଟ୍ରମାନେ ସଙ୍କଳ୍ପବଦ୍ଧ ହେବାର ଆଶା କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କିଙ୍ଗ୍‍ଦାଓରେ ଚୀନ୍‍ ରାଷ୍ଟ୍ରପତି ସି. ଜିନ୍‍ପିଙ୍ଗ୍‍ଙ୍କୁ ସାକ୍ଷାତ କରିବେ।  ଦୁଇ ନେତା ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରରେ ସହଯୋଗ ବୃଦ୍ଧିର ଉପାୟଗୁଡ଼ିକ ଉପରେ ଆଲୋଚନା କରିବାର ଆଶା କରାଯାଉଛି।  ଦ୍ୱିପକ୍ଷୀୟ ସମ୍ପର୍କର ସମୀକ୍ଷା  କରାଯିବ।  ଏସ୍‍ସିଓ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତାମାନଙ୍କ ସହ ଶ୍ରୀ ମୋଦି ବୈଠକରେ ମିଳିତ ହେବାର ଆଶା କରାଯାଉଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories