www.samajalive.in
Sunday, December 7, 2025
23.1 C
Bhubaneswar

କଟକ ସହ ବିଜୁ ବାବୁଙ୍କ ସମ୍ପର୍କ ଥିଲା ନିବିଡ : ମୁଖ୍ୟମନ୍ତ୍ରୀ

କଟକ : ବିଜୁ ବାବୁଙ୍କ ସହ କଟକର ସମ୍ପର୍କ ଥିଲା ନିବିଡ। ଏଇ କଟକ ମାଟିରେ ସେ ବଡ ହୋଇଥିଲେ। ଇଂରେଜ ସରକାର ସହ ଲଢିଥିଲେ। କଟକରୁ ସେ ପେଶୱାର(ବର୍ତ୍ତମାନ ପାକିସ୍ତାନରେ ଥିବା ଏକ ସହର)କୁ ସାଇକେଲରେ ଯାତ୍ରା କରିଥିଲେ। କଟକ ସହ ଆମ ପରିବାରର ସମ୍ପର୍କ ସ୍ବତନ୍ତ୍ର ବୋଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କଟକ ବାଲିଯାତ୍ରା ପଡିଆରେ ଅୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ସାଧାରଣକୁ ଉଦବୋଧନ ଦେଇ କହିଛନ୍ତି।

ଆଜି ହେଉଛି ମହାନ୍ ଜନ ନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ। ବିଜେଡି ପକ୍ଷରୁ ରାଜ୍ୟସ୍ତରୀୟ ବିଜୁ ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ବସ୍ତରୀୟ କରିବା ପାଇଁ କଟକ ବାଲିଯାତ୍ରା ପଡିଆରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ ଏସସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତିନି ଶହ ଶର୍ଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଟି ହସ୍ପିଟାଲ, ବିଶ୍ବସ୍ତରୀୟ ମେଡିକାଲ କଲେଜ ସୁବିଧା, ଡାକ୍ତର, ଛାତ୍ରଛାତ୍ରୀ ଏବଂ ଆନ୍ୟମାନଙ୍କ ପାଇଁ ରହିବା ବ୍ୟବସ୍ଥା, ସମନ୍ବିତ କ୍ରୀଡା କମ୍ପେ୍ଲକ୍ସ, ୬ ଲେନ୍ ରିଙ୍ଗ୍ ରୋଡ ସହିତ ସିଧାସଳଖ ସଂଯୋଗ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସୁଲଭ ରହଣି ସୁବିଧା କରାଯିବ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories