www.samajalive.in
Monday, December 15, 2025
15.1 C
Bhubaneswar

ବୃଦ୍ଧ ବୃଦ୍ଧାଙ୍କୁ ଆପଣାଇବା : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର : ଶ୍ରବଣ କୁମାର ଯେପରି ପିତାମାତାଙ୍କର ନିଷ୍ଠାପରତାର ସହ ସେବା କରି ଆଜି ଆମ୍ଭମାନଙ୍କର ସ୍ମରଣରେ ଆସୁଅଛନ୍ତି, ସେହିପରି ଆମ୍ଭେ ଯଦି ଅନାଥ ପିଲାମାନଙ୍କୁ ଆପଣାଇ, ନିଃସହାୟ ବୃଦ୍ଧାବୃଦ୍ଧଙ୍କୁ ଆପଣାଇ ମାନବିକତାର ପରିଚୟ ଦେବା, ତେବେ ସମାଜର ଏବଂ ଦେଶର ଜନକଲ୍ୟାଣ ହୋଇପାରିବ ଏହାହିଁ ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ। ଏହା କହିଛନ୍ତି ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ସ୍ଥାନୀୟ ଚନ୍ଦ୍ରଶେଖରପୁର ସ୍ଥିତ ମେଫେୟାର ହୋଟେଲ ଠାରେ ଇଣ୍ଡିଆ ୱାନ ଫାଉଣ୍ଡେସନ, ପୁଲିସ ପବ୍ଲିକ ପ୍ରେସ୍‍ ତରଫରୁ ଆୟୋଜିତ ଏହି ସାମାଜିକ ଗଣମାଧ୍ୟମ ସମ୍ମିଳନୀରେ ଯୋଗଦାନ ଦେଇ ପ୍ରଫେସର ଲାଲ ଗଣମାଧ୍ୟମରେ ଦେଖାଯାଉଥିବା କଥାବସ୍ତୁ ତଥା ବିଭିନ୍ନ ସାମାଜିକ ଦାୟୀତ୍ୱ ସାଙ୍ଗକୁ ନିଜର କର୍ତ୍ତବ୍ୟପରାୟଣ ହେବା ଉଚିତ୍‍ ବୋଲି ଜନସାଧାରଣଙ୍କୁ ବୁଝାଇଥିଲେ। ତାଙ୍କର ଭାଷା ଅତି ସ୍ନେହବାହକ ଏବଂ ସମାଜ ପ୍ରତି ନିଜର କର୍ତ୍ତବ୍ୟ ଉପରେ ଆଧାରିତ ଥିଲା। ସେହିପରି କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଷଢଙ୍ଗୀ ଅତିଥି ଭାବେ ଯୋଗଦେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରସାରଣ ହେଲେ ଜଣେ ନିଜର ସ୍ୱତନ୍ତ୍ରତାକୁ ଯେତିକି ଗୁରୁତ୍ୱ ଦିଏ ନିଜର ଦାୟୀତ୍ୱବୋଧ ପ୍ରତି ମଧ୍ୟ ସେତିକି ଯତ୍ନବାନ ହେବା ଉଚିତ୍‍। ନଚେତ୍‍ ଏହି ସ୍ୱତନ୍ତ୍ରତା ବେଳେ ବେଳେ ମାରାତ୍ମକ ହୋଇପଡେ। ତାଙ୍କ କହିବା ଅନୁସାରେ ସୋସିଆଲ ମିଡିଆରେ ଖବର ପ୍ରସାରଣର ସଂମ୍ପର୍ଣ୍ଣ ଏକ ନିର୍ମଳ ଅର୍ଥ ବୁଝାଇବା ଦରକାର। ଉକ୍ତ ସମ୍ମିଳନୀ ରେ ବିଶିଷ୍ଠ ସମାଜସେବୀ ଶ୍ରୀମତୀ ନମ୍ରତା ଚଢା, ଶିଳ୍ପପତି ଶ୍ରୀଯୁକ୍ତ ବିଜୟ ଖଣ୍ଡେଲୱାଲ ପ୍ରମୁଖ ବକ୍ତବ୍ୟରେ ସାମାଜିକ ଗଣମାଧ୍ୟମର ଦାୟିତ୍ୱବୋଧ ବାବଦରେ ଉଦବୋଧନ ଦେଇଥିଲେ।

- Advertisement -

ଏହି ଅବସରରେ ଏ.ବି.ସିଂହ, କିଶୋର ଦ୍ୱିବେଦୀ, ପ୍ରଦୀପ ଦାଶ, ସୁନୀଲ ମୁରରାରକା, ହୁସେନ ଆକବର ଅଲ୍ଲୀ ଓ ଅମର କାନ୍ତ ସିଂହ, ରାହୁଲ ଜେନା, ସୁମନ ପରିଡା, ପ୍ରଶାନ୍ତ ସାହୁ, ଚନ୍ଦନ କର, ସୁଭଶ୍ରୀ ମହାପାତ୍ର, ସନ୍ଧ୍ୟା ପଟ୍ଟନାୟକ, ଅଭିନାସ ଷଢଙ୍ଗୀ, ଅପୁର୍ବ ରଞ୍ଜନ ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ପୁଲିସ ପବ୍ଲିକ ପ୍ରେସ୍‍ର ମାସିକ ପତ୍ରିକା ମାନ୍ୟବର ମଞ୍ଚାସୀନ ଅତିଥୀଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ସେହିପରି ଇଣ୍ଡିଆ ୱାନ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀଯୁକ୍ତ ପବନ କୁମାର ଭୂତ ଉକ୍ତ ସମ୍ମିଳନୀରେ ମନୁଷ୍ୟର ସମାଜ ପ୍ରତି ନିଜର କର୍ତ୍ତବ୍ୟ ତଥା ସାମାଜିକତା ଦାୟିତ୍ୱ କୁ ଗୁରୁତ୍ୱ ଆରୋପ କରି କହିଥିଲେ, ସମାଜ ତଥା ବୃଦ୍ଧା ବୃଦ୍ଧ ମାନଙ୍କର ସୁବିଧା ସୁଯୋଗ ପାଇଁ ଆମ୍ଭ ସଂସ୍ଥା ତରଫରୁ ଶ୍ରୀକ୍ଷେତ୍ର ଧାମ ପୁରୀ ଠାରେ ଏକ ବୃଦ୍ଧାଶ୍ରମ ୧୮ ଏକର ଜମିରେ ଖୋଲାଯିବା ପାଇଁ ପ୍ରସ୍ତୁତ କରାଯାଉଛି। ଉକ୍ତ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ମୁକେଶ ଗୋଏଙ୍କା, ନମ୍ରତା ଚଢା, ମୋହିତ ପୋଦାର ଓ ଶୁଭମ ଭୂତ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories