ଶନିବାର ରାଶିଫଳ

0

ମେଷ: ନୂତନ ବନ୍ଧୁତା ସୃଷ୍ଟି କରିପାରନ୍ତିି। କାର୍ଯ୍ୟରେ ବାଧା-ବିଘ୍ନ ଉପୁଜି ପାରେ। ଶୁଣା କଥାକୁ ବିଶ୍ୱାସ ନକରି ନିଜେ ଦୂରଦୃଷ୍ଟିରେ ବାଟ ଚାଲିବାକୁ ହେବ। ଅଧିକ ଖର୍ଚ୍ଚାନ୍ତ ହେବେ। ମିଷ୍ଟଭାଷୀ ଯୋଗୁଁ ଆଦରଣୀୟ ହେବେ।

ବୃଷ: ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ଦୁଶ୍ଚିନ୍ତାରୁ ମୁକ୍ତ ହେବେ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଉନ୍ନତ ପଥରେ ବଢ଼ି ଚାଲିବେ। ବ୍ୟବସାୟ ଲାଭଜନକ ହେବ। ନୂତନ ସଂପର୍କ ସ୍ଥାପନ ପାଇଁ ସୁଯୋଗ ମିଳିବ।

ମିଥୁନ: ନୂତନ ଜାଗା କ୍ରୟ କରିବାର ସୁଯୋଗ ପାଇବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ। ମାନ୍ୟତା ପ୍ରାପ୍ତ ହେବେ। ଅର୍ଥ ସଞ୍ଚୟ କରିପାରନ୍ତି। ମିଠା କଥାରେ ପରିସ୍ଥିତିକୁ ସମ୍ଭାଳିବେ।

କର୍କଟ: ନିତ୍ୟକର୍ମରେ ବ୍ୟାଘାତ ସୃଷ୍ଟି ହୋଇପାରେ। ପରର ଉପକାର କରି ଆତ୍ମ ସନ୍ତୋଷ ଲାଭ କରିବେ। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ସିଂହ: ଦୁର୍ଘଟଣାରୁ ରକ୍ଷା ପାଇଯିବେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅତ୍ୟଧିକ ପରିଶ୍ରମ ଯୋଗୁଁ କ୍ଲାନ୍ତ ଅନୁଭବ କରିବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

କନ୍ୟା: ସହକର୍ମୀଙ୍କ ସହ ସହମତିରେ କାର୍ଯ୍ୟ କରିବେ। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ। ମନରେ ଉତ୍ସାହ ଉଦ୍ଦିପନା ଜାତ ହେବ। ବନ୍ଧୁ ସହଯୋଗ ପାଇ ଖୁସି ହେବେ। ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପାରନ୍ତି।

ତୁଳା: କାର୍ଯ୍ୟରେ ସଫଳତା ଲାଭ କରିବେ। ଅର୍ଥଲାଭର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ବ୍ୟବସାୟରେ ଅଗ୍ରଗତି ଘଟିବ। ବିଳାସ ବ୍ୟସନ ମଧ୍ୟରେ ଦିନଟି ଅତିବାହିତ ହେବ। ବନ୍ଧୁ ସହଯୋଗ ମିଳିବ।

ବିଛା: ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆଶା କରୁଥିବା ସୁବିଧା-ସୁଯୋଗ ହାସଲ କରିବାରେ ସକ୍ଷମ ହେବେ। ବିଭିନ୍ନ ଦିଗରୁ ଅର୍ଥାଗମ ହେବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ବ୍ୟବସାୟରେ ଅଧିକ ଲାଭବାନ ହୋଇପାରନ୍ତି।

ଧନୁ: ଶତ୍ରୁତା ଉପରେ ତୀଷ୍ମ ଦୃଷ୍ଟି ରଖିବାକୁ ପଡ଼ିବ। ସତର୍କତାର ସହ କାର୍ଯ୍ୟ କରିବାକୁ ପଡ଼ିବ। କର୍ମ ତତ୍ପରତା ପ୍ରକାଶ ପାଇବ। ମନରେ ଥିବା ସବୁ ଶଙ୍କା ଦୂର ହେବ। ଜନ କଲ୍ୟାଣରେ ବ୍ରତୀ ହୋଇପାରନ୍ତି। ଚତୁର, ସାହସୀ ଓ ଜ୍ଞାନୀ ହୋଇପାରନ୍ତି।

ମକର: କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଆୟ ବୃଦ୍ଧିର ସୁଯୋଗ ଜୁଟୁଛି। ସ୍ନେହ ମମତାରେ ବାନ୍ଧି ହୋଇ ଯିବେ। କର୍ମକ୍ଷେତ୍ର ବହୁ ଶୁଭଫଳ ମିଳିବ। ବିବାଦୀୟ ଘଟଣାରେ ବିଜୟୀ ଲାଭ କରିବେ।

କୁମ୍ଭ: ଧୀରେ ସୁସ୍ଥେ କାର୍ଯ୍ୟ କରିବାକୁ ପସନ୍ଦ କରିବେ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। ଅର୍ଥ ପ୍ରାପ୍ତ ହୋଇପାରନ୍ତି। ପ୍ରୀତି ଲାଭ କରିପାରନ୍ତି। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଗୁରୁଜନ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ଆଦର ସମ୍ମାନ ମିଳିବ।

ମୀନ: ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ। ଆୟ ଆଶାନୁରୂପ ହେବ। ଉତ୍ତମ ଭୋଜନ ମିଳିବ। ସରକାରୀ ଅଥବା ବନ୍ଧୁ ସହାୟତା ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ଉନ୍ନତମାନର ହେବ। ସୁଖୀ ହେବେ।

Leave A Reply