www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ଅପଡେଟ: ବଢୁଛି ଭୟ – ଯାତ୍ରା ଓ ସମାବେଶ ଉପରେ ନିଷେଧାଦେଶ

ସମାଜ ପୋର୍ଟାଲ ଡେସ୍କ: ବିଶ୍ୱର ଅନେକ ଦେଶରେ ପୁଣି କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ୟୁରୋପ, ମଧ୍ୟ ପୂର୍ବ ଏବଂ ଆମେରିକାର ନେତୃବୃନ୍ଦ ବୃହତ ସମାବେଶ ଉପରେ ନିଷେଧାଦେଶ ଜାରି କରିବା ସହ ଦେଶ ବାହାରୁ ଓ ଦେଶ ଭିତରକୁ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି କରିଛନ୍ତି। ନୂତନ କରୋନା ଭାଇରସ୍ ସଂକ୍ରମଣରେ ଶନିବାର ଦିନ ୱାଶିଂଟନରେ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଆମେରିକା ସ୍ପଷ୍ଟ କରିଛି। ସେଠାକାର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ତିନୋଟି ସନ୍ଦିଗ୍ଧ ମାମଲା ମଧ୍ୟରୁ ଦୁଇଟିରେ ରୋଗର ଲକ୍ଷଣ ଦେଖାଦେଇଛି।

ଉପରାଷ୍ଟ୍ରପତି ମାଇକ୍ ପେନ୍ସ କହିଛନ୍ତି ଯେ ଯଦିଓ ଅଧିକାଂଶ ଆମେରିକୀୟମାନେ ଏହି ଭୁତାଣୁ ଦ୍ୱାରା କମ୍ ବିପଦର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ଏହି ଭୁତାଣୁ ସଂକ୍ରମଣ ଜନିତ ଦେଶର ପ୍ରଥମ ମୃତ୍ୟୁ ପରେ ଏହି ସଂଖ୍ୟା ବୃଦ୍ଧି ପାଇପାରେ। ପେନ୍ସ କହିଛନ୍ତି ଯେ ଆମେରିକାରେ ସ୍ତିତି ବିଗିଡ଼ିବାର ସମ୍ଭାବନା ରହିଛି ଫଳରେ ଇଟାଲୀ ଏବଂ ଦକ୍ଷିଣ କୋରିଆର ଯାତ୍ରୀମାନେ ଅତିରିକ୍ତ ଯାଞ୍ଚର ସମ୍ମୁଖୀନ ହେବେ ବୋଲି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଛନ୍ତି। ଆମେରିକୀୟମାନଙ୍କୁ କରୋନା ଭାଇରସ୍ ପ୍ରଭାବିତ ଅଞ୍ଚଳକୁ ଯାତ୍ରା ନ କରିବାକୁ ଟ୍ରମ୍ପ ଚେତାବନୀ ଦେଇଛନ୍ତି।

- Advertisement -

ଉପରାଷ୍ଟ୍ରପତି ପେନ୍ସ କହିଛନ୍ତି ଯେ ଗତ ୧୪ ଦିନ ମଧ୍ୟରେ ଇରାନ ଯାତ୍ରା କରିଥିବା ବିଦେଶୀ ନାଗରିକଙ୍କୁ ଆମେରିକା ଯାତ୍ରା ଉପରେ ପ୍ରବେଶ ନିଷେଧ ବୃଦ୍ଧି କରାଯିବ। ଆମେରିକା ମଧ୍ୟ ମେକ୍ସିକୋ ସହିତ ଏହାର ଦକ୍ଷିଣ ସୀମାରେ ଯାତ୍ରା ଉପରେ ପ୍ରତିବନ୍ଧକ ଜାରି କରିପାରେ ବୋଲି ଅଧିକାରୀମାନେ କହିଛନ୍ତି। ଏ ନେଇ ପୂର୍ବରୁ ଅନ୍ୟ ଦେଶ ଭ୍ରମଣ କରିଥିବା ୬୦ରୁ ଅଧିକ ମାମଲା ରେକର୍ଡ କରାଯାଇଛି। ଏହି ସଂକ୍ରମଣ ଫଳରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି ଏବଂ ଅନେକ ବିମାନ ସେବା ସ୍ଥଗିତ କିମ୍ବା ପରିବର୍ତ୍ତନ କରାଯାଇଛି। ଆମେରିକୀୟ ଏୟାରଲାଇନ୍ସ Inc ମିଲାନକୁ ସମସ୍ତ ବିମାନ ଚଳାଚଳ ସ୍ଥଗିତ ରଖିଥିବା କହିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories