www.samajalive.in
Friday, December 5, 2025
20.1 C
Bhubaneswar

କରୋନା ଅପଡେଟ: ହୁଆନ ଫେରନ୍ତା ୧୧୨ ଜଣଙ୍କ ପ୍ରଥମ ରକ୍ତ ନମୁନା ନେଗେଟିଭ – ଭାରତ ଆଶ୍ୱସ୍ତ

ସମାଜ ପୋର୍ଟାଲ ଡେସ୍କ: କରୋନା ଭୁତାଣୁ ସଂକ୍ରମଣ ପ୍ରଭାବିତ ଚୀନର ହୁଆନରୁ ଭାରତ ଆସି ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ କ୍ୟାମ୍ପରେ ରହିଥିବା ୧୧୨ ଜଣଙ୍କୁ କରୋନା ଭୁତାଣୁ ସଂକ୍ରମଣ ହୋଇନଥିବା ସ୍ପଷ୍ଟ ହୋଇଛି। ନୂଆଦିଲ୍ଲୀର ଆଇଟିବିପି ଚାୱଲା ସୁଧାର କେନ୍ଦ୍ର ପକ୍ଷରୁ କରାଯାଇଥିବା ପରୀକ୍ଷାରୁ ଏହା ଜଣା ପଡିଥିବା ଆଇଟିବିପି ଟ୍ୱିଟ କରିଛି।

ସେମାନଙ୍କ ଠାରୁ ପ୍ରଥମ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଏମ୍ସକୁ ପଠାଯାଇଥିଲା। ଚୀନର ହୁଆନରୁ ଆସିଥିବା ୧୧୨ ଜଣଙ୍କ ମଧ୍ୟରେ ୭୬ ଜଣ ଭାରତୀୟ ଏବଂ ୩୬ ଜଣ ବିଦେଶୀ ନାଗରିକଙ୍କ ସମେତ ୮ଟି ପରିବାର ଏବଂ ୫ ଜଣ ପିଲା ଅଛନ୍ତି। ବିଦେଶୀ ନାଗରିକଙ୍କ ମଧ୍ୟରେ ବାଂଲାଦେଶରୁ ୨୩, ଚୀନରୁ ୬, ମିଆଁମାର ଏବଂ ମାଲଦ୍ୱୀପରୁ ୨ ଏବଂ ମାଡାଗାସ୍କର, ଦକ୍ଷିଣ ଆଫ୍ରିକା ଏବଂ ଆମେରିକାର ଜଣେ ଲେଖାଏଁ ନାଗରିକ ଅଛନ୍ତି।

- Advertisement -

ସେଠାରେ ରହିଥିବା ସମସ୍ତ ଲୋକଙ୍କୁ ଆବଶ୍ୟକ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ ସହିତ ଆଇଟିବିପି ପକ୍ଷରୁ ଦୈନଦିନ ମନିଟରିଂ ଏବଂ ଚେକଅପ୍ ମଧ୍ୟ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ସେହି କେନ୍ଦ୍ରରେ କୌଣସି ଲୋକଙ୍କ ରକ୍ତ ନମୁନାରେ କରୋନା ଭାଇରସ୍ ଲକ୍ଷଣ ପ୍ରକାଶ ପାଇନଥିବା ବେଳେ ଦ୍ୱିତୀୟ ନମୁନା ୧୪ ତମ ଦିନରେ କରାଯିବ ଏବଂ ଯଦି ଫଳାଫଳ ନେଗେଟିଭ ଆସେ, ସମସ୍ତ ୧୧୨ ଜଣଙ୍କୁ କେନ୍ଦ୍ରରୁ ମୁକ୍ତ କରାଯିବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories