BJD Bijuli 480×75 Mob

୨ୟ ଟେଷ୍ଟ: ସଂଘର୍ଷ କରୁଛି ଟିମ୍‌ ଇଣ୍ଡିଆ

BJD Bijuli 480×75 Mob

କ୍ରିଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡର କ୍ରିଷ୍ଟଚର୍ଚ୍ଚରେ ଶନିବାରଠାରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ବରଣ କରିଥିବା ଟିମ୍‌ ଇଣ୍ଡିଆ ୨ୟ ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରିନାହିଁ। ଦଳ ବଡ଼ ସ୍କୋର କରିବା ଲାଗି ସଂଘର୍ଷ ଜାରି ରଖିଛି। ପ୍ରଥମ ଦିନ ଖେଳ ପ୍ରାରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଚା’ପାନ ବିରତି ସୁଦ୍ଧା ଦଳ ୫୩.୪ ଓଭରରେ ୫ ୱିକେଟ୍‌ ବିନିମୟରେ ୧୯୪ ରନ୍‌ ସଂଗ୍ରହ କରିଛି। ଏଥର ବି ଅଧିନାୟକ ବିରାଟ କୋହଲି ଫ୍ଲପ୍‌ ହୋଇଛନ୍ତି। ତେବେ ପୂର୍ବରୁ ଫର୍ମକୁ ଫେରିବାକୁ ଚେଷ୍ଟା କରୁଥିବା ପୃଥ୍ବୀ ଶ ଏହି ମ୍ୟାଚରେ ଅର୍ଦ୍ଧଶତକ କରିବାରେ ସଫଳ ହୋଇଛନ୍ତି। ଶ’ଙ୍କ ୫୪ ଏବଂ ହନୁମା ବିହାରୀଙ୍କ ୫୫ ରନ୍‌ ବଳରେ ଦଳର ସ୍ଥିତି କିଛିଟା ଭଲ ରହିଛି। ଚେତେଶ୍ଵର ପୂଜାରା ୫୩ ରନ୍‌ କରି ଅପରାଜିତ ରହିଛନ୍ତି।

୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପ୍ରଥମ ମ୍ୟାଚକୁ ଜିତି ଘରୋଇ ଦଳ ୧-୦ରେ ଆଗୁଆ ରହିଛି। ସିରିଜକୁ ଡ୍ର କରିବାକୁ ହେଲେ ଭାରତକୁ ୨ୟ ଟେଷ୍ଟରେ ବିଜୟଲାଭ କରିବାକୁ ପଡ଼ିବ। ନଚେତ୍‌ ଦିନିକିଆ ଭଳି ଟେଷ୍ଟ ସିରିଜରେ ବି ଟିମ୍‌ ଇଣ୍ଡିଆ ପରାଜିତ ହେବ।

Comments are closed.