ପୁରୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଜନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ପ୍ରହ୍ଲାଦ ସିଂହ ପଟେଲ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ସାଂସଦ ଅରୁଣ ସିଂହ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶାହ ପୁରୀରେ ପହଞ୍ଚିବା ପରେ ଲାଲ ରଙ୍ଗର କାରପେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ଓ କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିରକୁ ଯାଇଥିଲେ। ସିଂହଦ୍ୱାରରେ ଶାହଙ୍କୁ ସ୍ୱାଗତ କରାଯାଇଥିଲା। ପରେ ସେ ସ୍ୱତନ୍ତ୍ର ପଣ୍ଡା, ସେବାୟତଙ୍କ ସହ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ମା’ଲକ୍ଷ୍ମୀ, ମା’ ବିମଳାଙ୍କୁ ଦର୍ଶନ କରିଥିଲେ। ଏହାପରେ ମୁକ୍ତି ମଣ୍ଡପରୁ ଆଶୀର୍ବାଦ ନେଇଥିଲେ ବୋଲି ସୂଚନା ମିଳିଛି।
Popular Categories



