www.samajalive.in
Monday, December 15, 2025
16.1 C
Bhubaneswar

କିଟ୍‌ ମହିଳା ରଗ୍‌ବୀଦଳକୁ ସ୍ବର୍ଣ୍ଣ , ପୁରୁଷକୁ ବ୍ରୋଞ୍ଜ

ଭୁବନେଶ୍ବର : ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ କିଟ୍‌ ବିଶ୍ବବିଦ୍ୟାଳୟ ମହିଳା ଦଳ ସ୍ବର୍ଣ୍ଣ ଓ ପୁରୁଷ ଦଳ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ଶୁକ୍ରବାର କିଟ୍‌ ରଗ୍‌ବୀ ଗ୍ରାଉଣ୍ଡରେ ଖେଳାଯାଇଥିବା ମହିଳା ବିଭାଗ ଫାଇନାଲ ମ୍ୟାଚରେ କିଟ୍‌ ବିଶ୍ବବିଦ୍ୟାଳୟ ୩୨-୭ ପଏଣ୍ଟରେ ପାଟଳିପୁତ୍ର ବିଶ୍ବବିଦ୍ୟାଳୟକୁ ପରାସ୍ତ କରି ଚମ୍ପିଆନ ହୋଇଛି। କିଟ୍‌ ପକ୍ଷରୁ ହୁପି ମାଝି, ସୋନି ମାଡାଙ୍ଗୀ ଓ ରଜନୀ ଶାବର ଚମତ୍କାର ପ୍ରଦର୍ଶନ କରିଥିଲେ । ସେହିପରି ପୁରୁଷ ଦଳ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି। ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ କିଟ୍‌ ବିଶ୍ବବିଦ୍ୟାଳୟ, ଲଭ୍‌ଲି ପ୍ରଫେସନାଲ ବିଶ୍ବବିଦ୍ୟାଳୟକୁ ପରାସ୍ତ କରି ବ୍ରୋଞ୍ଜ ପଦକ ବିଜୟୀ ହୋଇଛି। କିଟ୍‌ ବିଶ୍ବବିଦ୍ୟାଳୟର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ପୂର୍ବରୁ ଦଳଗତ ପୁରୁଷ ରିକର୍ଭ ରାଉଣ୍ଡରେ ରଞ୍ଜିତ ନାୟକ, ଶ୍ରବଣ ମାଡାଙ୍ଗୀ ଓ ସୂର୍ୟ୍ୟକାନ୍ତ ମାଝି ସ୍ବର୍ଣ୍ଣ, ବ୍ୟକ୍ତିଗତ ବିଭାଗରେ ରଞ୍ଜିତ ନାୟକ ରୌପ୍ୟ ଓ ଭାରୋତ୍ତୋଳନରେ କାମ୍ବେଶ୍ବର ମଲ୍ଲିକ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। କିଟ୍‌ ମହିଳା ଓ ପୁରୁଷ ରଗ୍‌ବୀ ଦଳର ଏହି ସଫଳତା ଲାଗି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories