www.samajalive.in
Sunday, December 14, 2025
19.1 C
Bhubaneswar

୩ ଦିନ ପରେ +୨ ପରୀକ୍ଷା : ୧୧୪୩ କେନ୍ଦ୍ରରେ ପରୀକ୍ଷା ଦେବେ ସାଢେ ତିନି ଲକ୍ଷ ବିଦ୍ୟାର୍ଥୀ

ଭୁବନେଶ୍ବର :ଚଳିତ ବର୍ଷ ଆଉ ମାତ୍ର ତିନି ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା ସାରା ରାଜ୍ୟରେ ଆରମ୍ଭ ହେବ। ଚଳିତ ବର୍ଷ ୧୧୪୩ ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୫୦ ହଜାର ୮ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷାରେ କପି ରୋକିବା ପାଇଁ ସିସି କ୍ୟାମେରା ଚଳିତ ବର୍ଷ ବାଧ୍ୟତାମୂଳକ କରାଯାଇଛି। ତେବେ କିଛି କନିଷ୍ଠ ମହାବିଦ୍ୟାଳୟ ସିସି କ୍ୟାମେରା ଏଯାବତ୍‌ ଲଗାଇ ନଥିବାରୁ ବିଭାଗ ଚିନ୍ତାପ୍ରକଟ କରିଛି।
ସିସି କ୍ୟାମେରା ଲଗାଇନଥିବା ଶିକ୍ଷାନୁଷ୍ଠାନ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶିକ୍ଷାନୁଷ୍ଠାନକୁ ଚିଠି ଲେଖାଯାଇଛି। ତୁରନ୍ତ ସିସି କ୍ୟାମେରା କ’ଣ ପାଇଁ ଲଗାଇନାହାନ୍ତି ତା’ର ତଥ୍ୟ ସହ ଘୋଷଣାନାମା ପରିଷଦ ମେଲ୍‌ରେ ପ୍ରଦାନ କରିବାକୁ କୁହାଯାଇଛି। ଉକ୍ତ ଘୋଷଣାନାମାଗୁଡ଼ିକ ପରିଷଦ ପକ୍ଷରୁ ବିଭାଗକୁ ପ୍ରଦାନ କରାଯିବ। ସିସି କ୍ୟାମେରା ନଥିବା ଶିକ୍ଷାନୁଷ୍ଠାନରେ କୌଣସି ବିଶୃଙ୍ଖଳା ସୃଷ୍ଟି ହେଲେ ସେଥିପାଇଁ କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ। ଏଥିସହ ପ୍ରଶ୍ନପତ୍ର ସୁରକ୍ଷା ଓ ସୁପରିଚାଳନା ପାଇଁ ମଧ୍ୟ ହବ୍‌ ଓ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ଲେଖାଯାଇଛି । ପରିଷଦର ନିୟନ୍ତ୍ରକ ବିଜୟ କୁମାର ସାହୁ ଶୁକ୍ରବାର ଚିଠି ଲେଖିଛନ୍ତି। ପ୍ରଶ୍ନପତ୍ର ହବ୍‌ରେ ପୁଲିସର କଡ଼ା ସୁରକ୍ଷା ଓ ସିସି କ୍ୟାମେରା ନଜରରେ ରହିବ। ପରୀକ୍ଷା କେନ୍ଦ୍ର ପକ୍ଷରୁ ପ୍ରଶ୍ନପତ୍ର ନେବା ଆଣିବା ଓ କେନ୍ଦ୍ର ସୁରକ୍ଷା ପାଇଁ ଜିଲା ପ୍ରଶାସନ ଏବଂ ପୁଲିସ ବିଭାଗ ପକ୍ଷରୁ ସହାୟତା ଲୋଡ଼ାଯିବ। ଏଥିସହ ଶିକ୍ଷାନୁଷ୍ଠାନ ଅଧୀନରେ ଥିବା ଥାନା ଅଧିକାରୀଙ୍କୁ ପରୀକ୍ଷା କେନ୍ଦ୍ର ମୁଖ୍ୟ ସୁରକ୍ଷା ପାଇଁ ସହାୟତା ଲୋଡ଼ିବେ। ପରୀକ୍ଷ​‌ା କେନ୍ଦ୍ରକୁ କେହି ମୋବାଇଲ ଫୋନ୍‌ ନେଇପାରିବେନି। ଆବଶ୍ୟକସ୍ଥଳେ କର୍ମଚାରୀଙ୍କ ମୋବାଇଲ ରଖିବା ପାଇଁ ସ୍ବତନ୍ତ୍ର ସ୍ଥାନ ନିର୍ଦ୍ଧାରିତ କରିବେ ସୁପରିଟେଣ୍ଡ। କୌଣସି ତ୍ରୁଟି ପରିଲିକ୍ଷିତ ହେଲେ ସିସି କ୍ୟାମେରା ନଥିବା ଶିକ୍ଷାନୁଷ୍ଠାନ ବିରୋଧରେ ପରିଷଦ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡ଼ିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories