Other Links

ଆମ ଓଡ଼ିଶା

ସପ୍ତାହେ ପରେ ଫେରିଲେ ଅପହୃତ ୱାର୍ଡମେମ୍ବର

ସମାଜ ଡିଜିଟାଲ ଡେସ୍କ: ଯାଜପୁର ଜିଲା ବିଞ୍ଝାରପୁର ରଣପୁର ପଞ୍ଚାୟତ ୩ନଂ...

ଜୁଆର ମାଡ଼ରେ ଭାଙ୍ଗିଲା ଶୌଚାଳୟ, ଦୋକାନ

ଚନ୍ଦନେଶ୍ବର: ବାଲେଶ୍ବର ଜିଲା ଭୋଗରାଇ ବ୍ଲକ ତାଳସାରି ବେଳାଭୂମିରେ ଜୁଆର ମାଡ଼ରେ...

ଆଜି ବିଜେପି କୋର କମିଟି ବୈଠକ

ଆଜି ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।...

ନୂଆପଡ଼ା ଉପନିର୍ବାଚନ: ବିଜେପି ଓ ବିଜେଡିର ପ୍ରାର୍ଥୀ କସରତ

ନୂଆପଡ଼ା/ଭୁବନେଶ୍ବର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ଦଳ ଭାବେ...

ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା: ୪୮ ଘଣ୍ଟା ବିତିଲା, ମିଳୁନି ସୁରାକ

ବ୍ରହ୍ମପୁର: ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ...

ଦେଶବିଦେଶ

ଆଇପିଏସ୍‍ ଅଧବକାରୀଙ୍କ ଆତ୍ମହତ୍ୟା ମାମଲାରେ ବଡ ଖୁଲାସା

ସମାଜ ଡିଜିଟାଲ ଡେସ୍କ: ହରିୟାଣା କ୍ୟାଡର ଆଇପିଏସ ଅଧିକାରୀ ପୁରନ କୁମାରଙ୍କ...

ଘରୋଇ ବିଦ୍ୟୁତ ପ୍ଲାଣ୍ଟରେ ଖସିପଡିଲା ଲିଫ୍ଟ : ୪ଜଣଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଛତିଶଗଡରେ ଏକ ବଡ ଅଘଟଣ ଘଟିଛି ।...

ଆଜି ବାୟୁସେନା ପ୍ରତିଷ୍ଠା ଦିବସ: ହିଣ୍ଡନ୍‍ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତୀୟ ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ...

ନିନ୍ଦନୀୟ ଆଚରଣ: ନ୍ୟାୟାଳୟର ମର୍ଯ୍ୟାଦା ରକ୍ଷା ପ୍ରଥମ କାର୍ଯ୍ୟ

ଅକ୍ଟୋବର ୬ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି.ଆର.ଗବଇଙ୍କ ଉପରକୁ ଜଣେ...

ଇସ୍ରାଏଲ-ହମାସ ଯୁଦ୍ଧକୁ ଦୁଇ ବର୍ଷ ପୂର୍ତ୍ତି

ତେଲଆଭିଭ୍‌: ଇସ୍ରାଏଲ ଓ ପାଲେଷ୍ଟାଇନର ଗାଜାସ୍ଥିତ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ...

ରାଜନୀତି

ନୂଆପଡ଼ା ଉପନିର୍ବାଚନ: ବିଜେପି ଓ ବିଜେଡିର ପ୍ରାର୍ଥୀ କସରତ

ନୂଆପଡ଼ା/ଭୁବନେଶ୍ବର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ଦଳ ଭାବେ...

ଘାସିରାମ ମାଝୀ କଂଗ୍ରେସ ପ୍ରାର୍ଥୀ

ସମାଜ ଡିଜିଟାଲ ଡେସ୍କ: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା...

ରାଜ୍ୟବାସୀ ଅସୁରକ୍ଷିତ: ନବୀନ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟନ୍ତ ହୋଇପଡ଼ିଛି, ଯାହାକୁ...

ନୂଆପଡା ବିଜେଡିର ଥିଲା ଓ ରହିବ- ପ୍ରମିଳା

ସମାଜ ଡିଜିଟାଲ ଡେସ୍କ: ନୂଆପଡା ଉପନିର୍ବାଚନରେ ଜିତିବ ବିଜେଡି । ଏନେଇ...

ମଙ୍ଗଳବାର ସୁଦ୍ଧା ନୂଆପଡ଼ା ଆସନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା...

ଅପରାଧ

ଡାକ୍ତରଖାନାରେ ପ୍ରେମିକାର ଶବ ଛାଡି ଚାଲିଗଲା ପ୍ରେମିକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ...

ଭିଣେଇର ଗୁଳି ମାଡରେ ଶଳା ମୃତ

ଗୁଣପୁର - ଭିଣେଇର ଗୁଳି ମାଡରେ ଶଳାର ମୃତ୍ୟୁ । ଆନ୍ଧ୍ର...

ହତ୍ୟାପରେ ବାପାକୁ ପୋତିଦେଲା ପୁଅ

ଦେବଗଡ଼: ହତ୍ୟାକାଣ୍ଡ ପରେ ବାପାଙ୍କୁ ମାଟିରେ ପୋତିଦେଲା ପୁଅ। ବାରକୋଟ ଥାନା...

୧୬.୫ ଲକ୍ଷର ବ୍ରାଉନସୁଗର ଜବତ, ଦୁଇ ଗିରଫ

ସମାଜ ଡିଜିଟାଲ ଡେସ୍କ: ବୁଲେଟରେ ବୁଲି ବ୍ରାଉନସୁଗର ବେପାର କରୁଥିବା ଦୁଇ...

ଫେସବୁକରେ ଆପତ୍ତିଜନକ ପୋଷ୍ଟ, ଅଭିଯୁକ୍ତ ଗିରଫ

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମ ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିବା...
Thursday, October 9, 2025
26.7 C
Bhubaneswar

ଦିଲ୍ଲୀ ହିଂସା : ୧୨୩ ଏତଲା, ୬୩୦ ଗିରଫ

-ପଞ୍ଚମ ଦିନରେ ପରିସ୍ଥିତି ଶାନ୍ତ, -ମୃତ୍ୟୁ ସଂଖ୍ୟା ୪୨ ରେ ପହଞ୍ଚିଲା
-ଅମୂଲ୍ୟ ଗଲେ, ଶ୍ରୀବାସ୍ତବ ପୁଲିସ ମୁଖ୍ୟ, -ହିଂସା ଉସୁକାଉଛନ୍ତି ବିରୋଧୀ: ଶାହା

 

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସା ଉପୁଜିବାର ପଞ୍ଚମ ଦିନରେ ପରିସ୍ଥିତି ଅପେକ୍ଷାକୃତ ଶାନ୍ତ ରହିଛି। କୌଣସି ଅପ୍ରୀତିକର ପରିସ୍ଥିତିର ଖବର ମିଳି ନାହିଁ। ଦିଲ୍ଲୀ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଆସ୍ତା କାଲି ୨୯ତାରିଖରେ ଶେଷ ହେଉଥିବାବେଳେ ତାଙ୍କ ସ୍ଥାନରେ ନବନିଯୁକ୍ତ ସ୍ବତନ୍ତ୍ର କମିସନର (ଆଇନଶୃଙ୍ଖଳା) ଏସ୍‌.ଏନ୍‌ ଶ୍ରୀବାସ୍ତବକୁ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ମାସକ ଆଗରୁ ଅମୂଲ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ମାସ ପାଇଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ୧୯୮୫ ବ୍ୟାଚ୍‌ର କେନ୍ଦ୍ରଶାସିତ ଅଞ୍ଚଳ ପାହ୍ୟା ଆଇପିଏସ ଅଧିକାରୀ ଶ୍ରୀବାସ୍ତବ ଜାମ୍ମୁ-କାଶ୍ମୀରରେ ସିଆରପିଏଫରେ ନିଯୁକ୍ତ ଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜରୁରୀ ଆଦେଶ ବଳରେ ମଙ୍ଗଳବାର ସେ ଦିଲ୍ଲୀ ପୁଲିସରେ ଯୋଗ ଦେଇଥିଲେ। ଅତୀତରେ ଦିଲ୍ଲୀ ପୁଲିସ ସ୍ପେସାଲ ସେଲ୍‌ରେ ସ୍ବତନ୍ତ୍ର କମିସନର ଥିବାବେଳେ ଶ୍ରୀବାସ୍ତବ ଆଇପିଏଲ ମ୍ୟାଚ୍‌ ଫିକ୍ସିଂ ଲୋକଲୋଚନକୁ ଆଣିଥିଲେ।
ଦିଲ୍ଲୀ ଦଙ୍ଗାରେ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଗୁରୁବାର ସୁଦ୍ଧା ୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶୁକ୍ରବାର ଆଉ ୪ ଆହତ ଆଖି ବୁଜିଛନ୍ତି। ଏବେ ବି ୧୫୦ରୁ ଅଧିକ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ୨୦ରୁ ଅଧିକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଅନ୍ୟପଟେ ଦିଲ୍ଲୀର ଦଙ୍ଗା ପ୍ରଭାବିତ ଅଞ୍ଚଳରେ ଗତ ଦୁଇ ଦିନ ହେଲା କୌଣସି ଅଘଟଣା ଘଟି ନ ଥିବା ପୁଲିସ କହିଛି। ମୌଜପୁର, ଜାଫରାବାଦ ସମେତ ଅନ୍ୟାନ୍ୟ ଅଞ୍ଚଳରେ ୭ହଜାରରୁ ଅଧିକ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ଶୁକ୍ରବାର ପୁଲିସ ଅତ୍ୟନ୍ତ କଠୋର ହୋଇଥିବା ଲକ୍ଷ୍ୟ କରାଯାଇଛି। ହିଂସାକାଣ୍ଡ ନେଇ ଅଦ୍ୟାବଧି ମୋଟ ୧୨୩ ଏତଲା ଦାୟର ହୋଇଥିବାବେଳେ ବ୍ୟାପକ ଗିରଫଦାରୀ ଚାଲିଛି। ମୋଟ ୬୩୦ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଭାବିତ ଅଞ୍ଚଳରେ ବରିଷ୍ଠ ପୁଲିସ ଅଧିକାରୀମାନେ ଡେରା ପକାଇଛନ୍ତି।
ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ଶୁକ୍ରବାର ଦଙ୍ଗା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ସୁବିଧା ଅସୁବିଧା ବିଷୟରେ ଅବଗତ ହୋଇଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ଦଙ୍ଗା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଦଙ୍ଗା ପାଇଁ ସେ ବିରୋଧୀ ଦଳଙ୍କୁ ଦୋଷ ଦେଇଛନ୍ତି। ବିରୋଧୀ ନେତାମାନେ ସିଏଏ ବିରୋଧରେ ଉତ୍ତେଜନାମୂଳକ ମନ୍ତବ୍ୟ ଦେବା ସହ ହିଂସାକୁ ଉସୁକାଇବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ସେ କହିଛନ୍ତି। କଂଗ୍ରେସ, ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ସିଏଏକୁ ବିରୋଧ କରୁଥିବା ଶାହା କହିଛନ୍ତି। ହିଂସା ଘଟଣାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଘୃଣା ମନ୍ତବ୍ୟ ଦେବା ଅଭିଯୋଗରେ ଏତଲା ଦାୟର ପାଇଁ ନିର୍ଦେଶ ଦେବାକୁ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ଆବେଦନ ହୋଇଛି। ଏହି ଆବେଦନ ଉପରେ ହାଇକୋର୍ଟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏତଦ୍‌ବ୍ୟତୀତ ଘୃଣା ମନ୍ତବ୍ୟ ଉପରେ ଅନୁଧ୍ୟାନ କରି ୪ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ଦିଲ୍ଲୀ ପୁଲିସକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ପୁଲିସ ସିସି ଟିଭି ଫୁଟେଜ୍‌ରୁ ଘୃଣା ମନ୍ତବ୍ୟ ସମ୍ପର୍କରେ ଅନୁଧ୍ୟାନ ଚଳାଇଛି।
ଜାତୀୟ ମହିଳା କମିସନ ଅଧ୍ୟକ୍ଷା ରେଖା ଶର୍ମା ଶୁକ୍ରବାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ମହିଳାମାନଙ୍କ ଅଭିଯୋଗ ଶୁଣିଛନ୍ତି। ଜାଫରାବାଦ ଅଞ୍ଚଳରେ ଦଙ୍ଗାବେଳେ ଅସାମାଜିକ ଶକ୍ତିମାନେ ସେମାନଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ ସହ ବଳାତ୍କାର ଉଦ୍ୟମ କରିଥିବା ନେଇ ମହିଳାମାନେ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସମ୍ପର୍କରେ ମହିଳା କମିସନ ପୁଲିସଠାରୁ ରିପୋର୍ଟ ମାଗିଛନ୍ତି। କମିସନଙ୍କ କହିବାନୁସାରେ ସମ୍ପୃକ୍ତ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ରହିଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିଛି। ଏକାଧିକ ବିରୋଧୀ ଦଳ ସଦସ୍ୟମାନେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଫେରାଇ ଆଣିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେବା ପାଇଁ ନିବେଦନ କରିଛନ୍ତି।

Hot this week

ସପ୍ତାହେ ପରେ ଫେରିଲେ ଅପହୃତ ୱାର୍ଡମେମ୍ବର

ସମାଜ ଡିଜିଟାଲ ଡେସ୍କ: ଯାଜପୁର ଜିଲା ବିଞ୍ଝାରପୁର ରଣପୁର ପଞ୍ଚାୟତ ୩ନଂ...

ଜୁଆର ମାଡ଼ରେ ଭାଙ୍ଗିଲା ଶୌଚାଳୟ, ଦୋକାନ

ଚନ୍ଦନେଶ୍ବର: ବାଲେଶ୍ବର ଜିଲା ଭୋଗରାଇ ବ୍ଲକ ତାଳସାରି ବେଳାଭୂମିରେ ଜୁଆର ମାଡ଼ରେ...

ଆଜି ବିଜେପି କୋର କମିଟି ବୈଠକ

ଆଜି ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।...

ନୂଆପଡ଼ା ଉପନିର୍ବାଚନ: ବିଜେପି ଓ ବିଜେଡିର ପ୍ରାର୍ଥୀ କସରତ

ନୂଆପଡ଼ା/ଭୁବନେଶ୍ବର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ଦଳ ଭାବେ...

ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା: ୪୮ ଘଣ୍ଟା ବିତିଲା, ମିଳୁନି ସୁରାକ

ବ୍ରହ୍ମପୁର: ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ...

Related Articles

Popular Categories