www.samajalive.in
Monday, December 15, 2025
14.1 C
Bhubaneswar

ହୋମଗାର୍ଡ଼ଙ୍କ ପାଇଁ ଖୁସି ଖବର : ମାନ୍ୟତା ବଢାଇବା ସହ ଦରମା ବୃଦ୍ଧି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ଓଡ଼ିଶାର ହୋମଗାର୍ଡ଼ମାନଙ୍କ ପାଇଁ ଶୁକ୍ରବାର ଖୁସି ଖବର ଆଣିଛନ୍ତି ଓଡ଼ିଶା ହାଇକୋର୍ଟ। ହୋମଗାର୍ଡ଼ଙ୍କ ମାନ୍ୟତା ବଢାଇବା ସହ ଦରମା ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦ ଜାନୁଆରୀ ୧ରୁ ପିଛିଲା ଭାବେ ଦୈନିକ ୫ଶହ ଦେବାକୁ ନିର୍ଦେଶ ଦେଇଥିବା ବେଳେ ମାସକ ମଧ୍ୟରେ ଏହାକୁ ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖ ଯୋଗ୍ୟ, ୨୦୧୬ରେ ହୋମଗାର୍ଡ଼ଙ୍କୁ ନେଇ ସୁପ୍ରିମକୋର୍ଟ ଏଭଳି ନିର୍ଦେଶ ଦେଇଥିଲେ। ସର୍ବନିମ୍ନ ପୁଲିସ କର୍ମଚାରୀଙ୍କ ଦରମାର ତତୁଲ୍ୟ ଦେବାକୁ କହିଥିଲେ। ଏହା ମଧ୍ୟରେ ୮ଟି ରାଜ୍ୟରେ ଲାଗୁ ହୋଇସାରିଥିବା ବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ଏହାକୁ ଲାଗୁ କରାଯାଇନଥିଲା। ତେବେ ଏହାକୁ ଚ୍ୟାଲେଞ୍ଜ କରି ଓଡ଼ିଶା ହୋମଗାର୍ଡ଼ ହାଇକୋର୍ଟ ଯାଇଥିଲେ। ଏବେ ରାଜ୍ୟରେ ସମୁଦାୟ ୧୭ହଜାର ୬୭୫ହୋମଗାର୍ଡ଼ କାର୍ୟ୍ୟରତ ଅଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories