www.samajalive.in
Wednesday, December 10, 2025
26.1 C
Bhubaneswar

ଓଡିଶା ମୋ ପାଇଁ ଗୁଜୁରାଟ ଭଳି – ଶାହା

ଭୁବନେଶ୍ୱର: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ପରିଷଦର ବୈଠକରେ ଯୋଗ ଦେବା ଅବସରରେ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଜନମତ ସୃଷ୍ଟି କରିବା ଲକ୍ଷରେ ଉପସ୍ଥିତ କର୍ମୀ ଓ ଜନତାଙ୍କୁ ଉଦବୋଧନ ଦେଉଛନ୍ତି। ସେ ତାଙ୍କ ଭାଷଣ ଆରମ୍ଭ କରି କହିଛନ୍ତି ଯେ ସେ କେବେ ଓଡିଶାକୁ ଗୁଜୁରାଟ ଠାରୁ ଅଲଗା ଭାବିନାହାନ୍ତି। ସେ କହିଛନ୍ତି, ଓଡିଶା ମୋର ଦ୍ଵିତୀୟ ଘର।

ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏଙ୍କୁ ସ୍ମରଣ କରି ସେ କହିଥିଲେ ଯେ ଓଡ଼ିଶାର ବରପୁତ୍ରମାନେ ଏହି ମାଟିକୁ ପବିତ୍ର କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାରେ ବିଜେପି ଗତ ନିର୍ବାଚନରେ ନିଜର ଦୃଢ଼ତା ପ୍ରମାଣ କରିବାରେ ସଫଳ ହୋଇଛି ଏବଂ ବହୁ ବର୍ଷ ଧରି ବିରୋଧୀ ଦଳ ଆସନରେ ବସିଥିବା କଂଗ୍ରେସକୁ ଗାଦିଚ୍ୟୁତ କରି ବିଜେପି ବିରୋଧୀ ଦଳ ଆସନ ଅକ୍ତିଆର କରିବାରେ ସଫଳ ହୋଇଛି।

- Advertisement -

ନିଜ ଅଭିଭାଷଣର ପ୍ରଥମ ୧୨ ମିନିଟ ଅମିତ ଶାହା କେବଳ ବିଜେପି କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବଦାନ ସମ୍ପର୍କରେ କହିଥିଲେ। ଯଦିଓ ଅମିତ ଶାସକ ବିଜେଡି ବିରୋଧରେ କହିବେ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା କିନ୍ତୁ ସେ ଆଜି ନିଜ ଉଦବୋଧନରେ କେବଳ କଂଗ୍ରେସକୁ ଟାର୍ଗେଟ କରିଥିଲା। ଏତେ ବର୍ଷ ଓଡ଼ିଶାରେ ଶାସନ କରି ମଧ୍ୟ କଂଗ୍ରେସ ଓଡିଶାକୁ କଣ ଦେଇଛି ବୋଲି ପ୍ରଶ୍ନ କରିବା ସହ ପରୋକ୍ଷ ଭାବରେ ରାଜ୍ୟ ସରକାର କେନ୍ଦ୍ର ଅନୁଦାନକୁ ନେଇ ପ୍ରଶଂସା ସାଉଣ୍ଟୁଛନ୍ତି ବୋଲି କହିଥିଲେ।

ସେ କହିଥିଲେ ଯେ କଂଗ୍ରେସ ୫୫ ବର୍ଷ ଶାସନ କରି ଯାହା କରି ପାରିନଥିଲେ ବିଜେପି ତାହା ୫ ବର୍ଷରେ କରି ଦେଖାଇଛି। ଧାରା ୩୭୦ ଉଛେଦ ପ୍ରସଙ୍ଗ ଉଲ୍ଲେଖ କରି ଅମିତ ଶାହା କହିଥିଲେ ଯେ କାଶ୍ମୀରବାସୀଙ୍କୁ ଏବେ ପ୍ରକୃତ ସ୍ୱାଧୀନତା ମିଳିପାରିଛି। ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି କହିବା ସହ ଏହା ନ୍ୟାୟର ବିଜୟ ବୋଲି କହିଥିଲେ। ଅଭିଭାଷଣ ଶେଷରେ ଶାହା ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ କହିଥିଲେ ଯେ ଏହି ଆଇନ କାହାର ନାଗରିକତା ନେବ ନାହିଁ ବରଂ ବାହାର ଦେଶରେ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ବର୍ଷ ବର୍ଷ ଧରି କୌଣସି ପରିଚୟ ନ ଥାଇ ଭାରତରେ ରହୁଥିବା ଲୋକଙ୍କୁ ନାଗରିକତା ମିଳିପାରିବ।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories