www.samajalive.in
Wednesday, December 10, 2025
23.1 C
Bhubaneswar

ସନ୍ତରଣ: ଆଘାତ ସତ୍ତ୍ବେ ରୌପ୍ୟ ଜିତିଲେ ରିଦ୍ଧି

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ପଦକ ହାସଲ କରିବା ନେଇ ଏକ ନିଆରା ଉତ୍ସାହ ରହିଛି। ଏଥିପାଇଁ ଆଘାତ ସତ୍ତ୍ବେ ପଦକକୁ ହାତଛଡ଼ା କରିବାକୁ ପଛାଇନଥିଲି ବୋଲି କହିଛନ୍ତି ରିଦ୍ଧି। ବେଙ୍ଗାଲୁରୁସ୍ଥିତ ଖ୍ରୀଷ୍ଟ କଲେଜର ବିବିଏ ଛାତ୍ରୀ ରିଦ୍ଧି ୫୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍‌ରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଏ ସଫଳତା ନେଇ ରିଦ୍ଧି କୁହନ୍ତି, ୩ ବର୍ଷରେ ଏହା ମୋର ପ୍ରଥମ ପଦକ। ଆଘାତ ସତ୍ତ୍ବେ ମୁଁ ହାର୍‌ ମାନିଥିଲି। କାନ୍ଧ ଆଘାତ ଯୋଗୁଁ ଯନ୍ତ୍ରଣା ସହିବାକୁ ପଡ଼ୁଥିଲା। ଏହାସ​‌େ​‌ତ୍ତ୍ବ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଅଂଶଗ୍ରହଣ କରିବା ନେଇ ଭୁବନେଶ୍ବରରେ ପାଦ ଦେଇଥିଲି। ମା’ ସନ୍ତରଣରେ ମୋତେ ନିପୁଣ କରାଇଥିଲେ। ଭାଇ କଳ୍ପ ଗୁଆହାଟୀରେ ଆୟୋଜିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ସନ୍ତରଣରେ ପଦକ ବିଜୟୀ ହୋଇଥିଲେ। ସାନଭାଇଙ୍କଠାରୁ ପ୍ରେରଣା ପାଇ ମୁଁ ମଧ୍ୟ ଖେଲୋ ଇଣ୍ଡିଆରେ ପଦକ ବିଜୟୀ ହୋଇପାରିଛି ବୋଲି ରିଦ୍ଧି କହିଛନ୍ତି।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories