www.samajalive.in
Wednesday, December 10, 2025
23.1 C
Bhubaneswar

ଆମେରିକା-ଭାରତ ସମ୍ପର୍କକୁ ନିବିଡ଼ କରିବ ଟ୍ରମ୍ପଙ୍କ ଗସ୍ତ : ବୈଜୟନ୍ତ

ଭୁବନେଶ୍ବର : ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଭାରତ ଗସ୍ତ ଦ୍ବାରା ଭାରତ ଓ ଆମେରିକାର ସମ୍ପର୍କ ନିବିଡ଼ ହେବ ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀଠାରେ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ଉପରେ ଉଦବୋଧନ ଦେଇ କହିଛନ୍ତି ଯେ ଆମେରିକା ଓ ଭାରତର ସମ୍ବନ୍ଧ ଏକ ଉଚ୍ଚସ୍ତରରେ ପହଞ୍ଚିଛି। ଦୁଇ ଦଶନ୍ଧି ହେଲା ରାଜନୈତିକ, ନାଗରିକ ସମାଜ, ବ୍ୟବସାୟିକ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ଏକ ସ୍ଥିର ଦ୍ୱିଦଳୀୟ ସମ୍ବନ୍ଧ ବିକଶିତ ହୋଇଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଟ୍ରମ୍ପଙ୍କ ଭିତରେ ଥିବା ସମ୍ପର୍କ ଏହାକୁ ଆହୁରି ପ୍ରୋତ୍ସାହିତ କରୁଛି। ଯାହା ପାଇଁ ବିଶ୍ୱରେ ଉଭୟ ଦେଶର ସମ୍ବନ୍ଧ ଏକ ମର୍ଯ୍ୟାଦାସ୍ତରରେ ପହଞ୍ଚିବ । ଭାରତ ୫ ଟ୍ରିଲିୟନ ଡଲାରର ଅର୍ଥନୀତି ହାସଲ କରିବା ଲାଗି ଆମେରିକାର କ’ଣ ଓ କିପ୍ରକାର ସହଯୋଗ ରହିବ ତାହା ଉପରେ ଶ୍ରୀ ପଣ୍ଡା ଆଲୋଚନା କରିବା ସାଙ୍ଗକୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଟୟୋଟା କିର୍ଲୋସ୍କର ମୋଟର କମ୍ପାନୀର ଉପାଧ୍ୟକ୍ଷ ବିକ୍ରମ କିର୍ଲୋସ୍କର ଅନ୍ୟତମ ବକ୍ତା ଭାବେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସମେତ ଉଭୟ ଭାରତ ଓ ଆମେରିକା ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀ, ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରର ଅନେକ ବିଶେଷଜ୍ଞ ତଥା ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories