www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରେମର ପ୍ରତୀକ ‘ତାଜମହଲ’ ପରିଦର୍ଶନ କରି ଦିଲ୍ଲୀରେ ପହଞ୍ଚିଲେ ଟ୍ରମ୍ପ

ନୂଆଦିଲ୍ଲୀ : ସୋମବାରଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମ୍ମଦାବାଦ ଏବଂ ଆଗ୍ରା ପରିଭ୍ରମଣ ପରେ ସନ୍ଧ୍ୟାରେ ରାଜଧାନୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଜମହଲ ପରିଦର୍ଶନ ପରେ ରାଷ୍ଟ୍ରପତି ଟ୍ରମ୍ପ ସପରିବାରେ ଆଗ୍ରାରୁ ତାଙ୍କର ସ୍ବତନ୍ତ୍ର ବିମାନ ଏୟାର ଫୋର୍ସ ଓ୍ଵାନରେ ଆସି ଦିଲ୍ଲୀର ପାଲାମ ବିମାନ ବନ୍ଦରରେ ଅବତରଣ କରିଛନ୍ତି। ବିମାନ ବନ୍ଦରରୁ ସିଧା ସପରିବାରେ ଦିଲ୍ଲୀର ବିଳାସମୟ ହୋଟେଲ ଆଇଟିସି ମୌର୍ୟ୍ୟକୁ ଯାଇଛନ୍ତି। ଆଇଟିସି ମୌର୍ୟ୍ୟ ହୋଟେଲରେ ଟ୍ରମ୍ପ ତାଙ୍କ ପୂରା ପରିବାର ସହ ରାତ୍ରି ଯାପନ କରିବେ।

ସୋମବାର ସକାଳ ୧୧.୩୭ରେ ଅହମ୍ମଦାବାଦ ବିମାନ ବନ୍ଦରରେ ଅବତରଣ କରିଥିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ପତ୍ନୀ ମେଲାନିୟା, ଝିଅ ଇଭାଙ୍କା ଏବଂ ଜ୍ଵାଇଁ ଜେରେଡ୍ କୁଶନର । ଅହମ୍ମଦାବାଦ ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ସେଠାରୁ ଟ୍ରମ୍ପ ମୋଟେରା ଷ୍ଟାଡିୟମରେ‘ନମସ୍ତେ ଟ୍ରମ୍ପ’ କାର୍ୟ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କୁ ଉଦବୋଧନ ଦେବା ପରେ ତାଜମହଲ ଦର୍ଶନ କରିବା ଲାଗି ଉତ୍ତରପ୍ରଦେଶର ଆଗ୍ରା ଗସ୍ତରେ ଯାଇଥିଲେ। ଅପରାହ୍ନରେ ଟ୍ରମ୍ପ ପତ୍ନୀ ମେଲାନିୟା, ଝିଅ ଇଭାଙ୍କା ଏବଂ ଜ୍ଵାଇଁ ଜେରେଡ୍ କୁଶନରଙ୍କ ସହିତ ଆଗ୍ରାରେ ପହଞ୍ଚିଥିଲେ। ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ରମ୍ପ ଏବଂ ତାଙ୍କ ପରିବାରବର୍ଗଙ୍କୁ ସ୍ବାଗତ କରିଥିଲେ। ପରେ ଟ୍ରମ୍ପ ସପରିବାର ତାଜମହଲ ବୁଲିବା ଲାଗି ଯାଇଥିଲେ। ଟ୍ରମ୍ପ ମେଲାନିୟାଙ୍କ ହାତ ଧରି ପ୍ରେମର ପ୍ରତୀକ ଏହି ତାଜମହଲର ବିଭିନ୍ନ ସ୍ଥାନ ବୁଲିବା ସହିତ ମନୋରମ ପରିବେଶ ଏବଂ ସୌନ୍ଦର୍ୟ୍ୟର ଭରପୂର ଉପଭୋଗ କରିଥିଲେ। ବିଭିନ୍ନ ସ୍ଥାନରେ ଉଭୟେ ଏକାଠି ପୋଜ୍ ଦେଇ ଫଟୋ ଉଠାଇଥିଲେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories