www.samajalive.in
Saturday, December 6, 2025
15.1 C
Bhubaneswar

ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟିର ବିକ୍ଷୋଭ

କଳାହାଣ୍ଡି : କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ସୋମବାର ଭବାନୀପାଟଣାରେ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲା ସେସନ କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କଳାହାଣ୍ଡି ଜିଲାରେ ଭୌଗୋଳିକ ଦୃଷ୍ଟିରୁ ଓ ସରକାରଙ୍କ ପାଲ କମିଶନ ରିପୋର୍ଟ ଅନୁସାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହେବାର ଆବଶ୍ୟକତା ରହିଛି। ମାତ୍ର ତାହା ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ । ତୁରନ୍ତ କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାକୁ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତାମାନେ ଦାବି କରିଛନ୍ତି । ଏହି ବିକ୍ଷୋଭରେ ଜିଲାର ବିଭିନ୍ନ ସଂଗଠନ ସଦସ୍ୟମାନେ ଉପସ୍ଥିତ ରହିଥିଲେ। ଏହା ପୂର୍ବରୁ କଳାହାଣ୍ଡି ଓକିଲ ସଂଘ ପକ୍ଷରୁ ଦୀର୍ଘ ଦିନଠାରୁ ପ୍ରତିମାସ ଶେଷ ସୋମବାର ଜିଲାରେ ବିକ୍ଷୋଭ କରି ଆସୁଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories