www.samajalive.in
Saturday, December 6, 2025
14.1 C
Bhubaneswar

ଜାଫରାବାଦରେ ପୁଲିସକୁ ବନ୍ଧୁକ ଦେଖାଇ ୮ ରାଉଣ୍ଡ ଗୁଳି ଚଳାଇଲେ ବିକ୍ଷୋଭକାରୀ ଯୁବକ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦିଲ୍ଲୀର ମୌଜପୁର ଏବଂ ଜାଫରାବାଦ ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ସୋମବାର ଗୋଷ୍ଠୀ ସଂଘର୍ଷ ଘଟିଛି। ମୌଜପୁର ଏବଂ ଜାଫରାବାଦ ରାସ୍ତାରେ ବିକ୍ଷୋଭକାରୀଙ୍କ ବନ୍ଧୁକରୁ ଏକାଧିକ ରାଉଣ୍ଡ ଗୁଳି ଫୁଟିଛି। ଏପରି କି ପୁଲିସ ସାମ୍ନାରେ ବିକ୍ଷୋଭକାରୀମାନେ ଗୁଳି ମାଡ଼ କରିଛନ୍ତି। ମୌଜପୁରରେ ଜଣେ ହେଡ୍‌ କନଷ୍ଟେବଳଙ୍କ ମୃତ୍ୟୁ ଘଟିଥିଲା ବେଳେ ଜାଫରାବାଦରେ ଜଣେ ପୁଲିସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଜଣେ ବିକ୍ଷୋଭକାରୀ ଯୁବକ ଅନ୍ୟ ଗୋଷ୍ଠୀ ଉପରକୁ ୮ ରାଉଣ୍ଡ ଗୁଳି ଚଳାଇଛି। ପୁଲିସ କର୍ମଚାରୀ ଜଣକ ସମ୍ପୃକ୍ତ ଯୁବକକୁ ଅଟକାଇବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ଯୁବକ ଜଣକ କିଛି ନ ଶୁଣି ପୁଲିସ କର୍ମଚାରୀଙ୍କ ନିକଟକୁ ଆସି ତାଙ୍କୁ ବନ୍ଧୁକ ଦେଖାଇ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଗୁଳି ଚଳାଇଛି। ଯୁବକଙ୍କ ପଛରେ ଥିବା ଏକାଧିକ ବିକ୍ଷୋଭକାରୀ ପଥରମାଡ଼ କରୁଥିବା ଦେଖିବାକୁ ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories